ଫେସବୁକ ଆଣିଲା ନୂଆ ଫିଚର ! ଏଣିକି ଟାଇପ ନକରି ବି ପଠେଇ ହେବ ମେସେଜ ।

61

ଫେସବୁକ ଖୁବ ଶିଘ୍ର ୟୁଜର୍ସମାନଙ୍କୁ ଏକ ନୂଆ ଉପହାର ଦେବାକୁ ଯାଉଛି । କମ୍ପାନୀ ନିଜ ମେସେଞ୍ଜର ଆପରେ ଏମ ଆସିଷ୍ଟାଣ୍ଟର ଟେଷ୍ଟିଂ କରୁଛି । ଯାହା ଭଏଜ କମାଣ୍ଡ ଜରିଆରେ କାମ କରିବ । ଯଦି ଏହା ଠିକ ଭାବେ କାମ କରେ ତେବେ ୟୁଜର୍ସମାନଙ୍କୁ ବହୁତ ଫାଇଦା ମିଳିପାରିବ ।

ସୂଚନା ଅନୁଯାୟୀ, ଏହି ଫିଚର୍ସ ସାହାଯ୍ୟରେ ୟୁଜର୍ସ ଟାଇପ ନକରି ବି ମେସେଜ ପଠାଇ ପାରିବେ । ଏଥିସହିତ ଏହି ଫିଚରରେ କମାଣ୍ଡ ଦେଇ ଫ୍ରେଣ୍ଡ ଲିଷ୍ଟରେ ଥିବା ସାଙ୍ଗମାନଙ୍କୁ ଭଏଜ କଲ ମଧ୍ୟ କରାଯାଇ ପାରିବ । ଟେକ କ୍ରଞ୍ଚରେ ମେସେଞ୍ଜର ଆଣ୍ଡ୍ରଏଡ ଭର୍ସନ କୋଡିଂରୁ ଜଣା ପଡିଛି କି, ମେସେଜ ସ୍କ୍ରିନ ଉପରେ ‘ଏମ’ ଆସିଷ୍ଟାଣ୍ଟ ନାମକ ଏକ ବଟନ ଦିଆଯାଇଥିବ । ଏହି ବଟନ ସାହାଯ୍ୟରେ ଭଏଜ କମାଣ୍ଡ ଫିଚର ଆକ୍ଟିଭେଟ କରାଯାଇ ପାରିବ । ଏହି ଫିଚରକୁ ଆକ୍ଟିଭେଟ କରିବା ପରେ ମେସେଞ୍ଜରରେ ୟୁଜର୍ସ ଭଏଜ ଦେଇ ଏହି ସୁବିଧାର ଫାଇଦା ଉଠାଇ ପାରିବେ । ଏହି ଫିଚର୍ସ ଜରିଆରେ ଟାଇପ ନକରି କେବଳ କଥା କହିକି ମେସେଜ ପଠାଇ ହେବ । ସବୁଠାରୁ ବଡ କଥା ହେଲା ଏହି ଫିଚର୍ସ ସାହାଯ୍ୟରେ ମୋବାଇଲକୁ ନଛୁଇଁ ମଧ୍ୟ ଅନ୍ୟଙ୍କ ପାଖକୁ ମେସେଜ କରିପାରିବେ । ଏହା ଦ୍ୱାରା ଯେଉଁମାନେ ଠିକ ଭାବେ ଦେଖି ପାରନ୍ତି ନାହିଁ, ଭଲ ଭାବେ ଶୁଣି ପାରନ୍ତି ନାହିଁ କିମ୍ବା ଲେଖିପାରନ୍ତି ନାହିଁ ସେମାନେ ଏହି ଫିଚର୍ସ ଦ୍ୱାରା ବେଶ ଉପକୃତ ହୋଇପାରିବେ ।