ଜୁକରବର୍ଗଙ୍କୁ ଫେସବୁକ୍ ଚେୟାରମ୍ୟାନ ପଦରୁ ହଟାଇବାକୁ ଦାବି, ଆସିଲା ଏହି ଗମ୍ଭୀର ଅଭିଯୋଗ

ମାର୍କ ଜୁକରବର୍ଗଙ୍କ ଉପରେ ଆସିଲା ଗମ୍ଭୀର ଅଭିଯୋଗ, ଚେୟାରମ୍ୟାନ ପଦରୁ ହଟିବାକୁ ଦାବି

101

ଫେସବୁକ୍ ନିଜର ଆଲୋଚନାକୁ ଲୁଚାଇବା ପାଇଁ ପିଆର କମ୍ପାନୀ ନିଯୁକ୍ତ କରିବାର ଖବର ଆସିବା ପରେ ନିବେଶକମାନେ ମାର୍କ ଜୁକରବର୍ଗଙ୍କୁ ଚେୟାରମ୍ୟାନ ପଦବୀରୁ ଇସ୍ତଫା ଦେବା ପାଇଁ ଦାବି କରିଥିଲେ । ନିକଟରେ ଏକ ରିପୋର୍ଟ ପ୍ରକାଶିତ କରି ଏହାର ଖୁଲାସା କରାଯାଇଛି କି, ଫେସବୁକ୍ ଅନେକ ଥର ନିଜର ଆଲୋଚନାକୁ ଲୁଚାଇବା ଓ ଲୋକଙ୍କ ମନରେ କମ୍ପାନୀ ବିରୁଦ୍ଧରେ ଭରି ରହିଥିବା ଆକ୍ରୋଶକୁ ଦୂର କରିବା ପାଇଁ ଅରବପତି କାର୍ଯ୍ୟକର୍ତ୍ତା ଜର୍ଜ ସୋରୋସଙ୍କ ସେବା ନିଅନ୍ତି ଏବଂ ଆଲୋଚନାକୁ ନିଜର ପ୍ରତିଦ୍ୱନ୍ଦୀ କମ୍ପାନୀ ଆଡକୁ ମୋଡିବାର କାମ କରନ୍ତି ।

କେମ୍ବ୍ରିଜ୍ ଆନାଲିଟିକା ମାମଲାରେ ନିଜର ଆଲୋଚନାକୁ ଲୁଚାଇବା ପାଇଁ ସେ ଜନସଂଚାର କମ୍ପାନୀ ଡିଫାଇନର୍ସ ପବ୍ଲିକ୍ ଅଫେୟାର୍ସର ସହାୟତା ନେଇଛନ୍ତି । ଏହି ଖବର ଉପରେ ଫେସବୁକରେ ୮୫ ଲକ୍ଷ ପାଉଣ୍ଡର ଭାଗିଦାରୀ ରଖୁଥିବା ଟ୍ରିଲିୟମ୍ ଆସେଟ୍ ମ୍ୟାନେଜମେଣ୍ଟର ବରିଷ୍ଠ ଉପାଧ୍ୟକ୍ଷ ଜୋନାସ କରାନ୍ ଜୁକରବର୍ଗଙ୍କୁ ଫେସବୁକ୍ ଚେୟାରମ୍ୟାନ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ।