ଫେସବୁକର ନୂଆ ଫିଚର ! ମାତ୍ର ଗୋଟିଏ କ୍ଲିକରେ ବିଶ୍ୱର ଯେକୌଣସି ସ୍ଥାନରେ ଚାକିରି ଖୋଜି ପାରିବେ ଯୁବଗୋଷ୍ଠୀ

60

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସିଖବର । ଏଣିକି ଫେସବୁକ ମାଧ୍ୟମରେ ମିଳିବ ଚାକିରି । ଫେସବୁକରେ ମାତ୍ର ଗୋଟିଏ କ୍ଲିକରେ ବିଶ୍ୱର ଯେକୌଣସି ସ୍ଥାନରେ ଚାକିରି ଖୋଜି ପାରିବେ ଯୁବଗୋଷ୍ଠୀ । ଏଥିପାଇଁ ଫେସବୁକ ଜବ୍ ଆପ୍ଲିକେସନ ଭଳି ଏକ ନୂଆ ଫିଚର ସାମ୍ନାକୁ ଆଣିଛି । ଏହି ଜବ୍ ଆପ୍ଲିକେସନ ବିଶ୍ୱର ୪୦ରୁ ଅଧିକ ଦେଶରେ ଉପଲବ୍ଧ ହେବ । ଏହି ୪୦ଟି ଦେଶ ମଧ୍ୟରେ ଭାରତ ମଧ୍ୟ ରହିଛି । ଫେସବୁକର ଏଭଳି ପ୍ଲାଟଫର୍ମରେ ଯେକୌଣସି ବ୍ୟକ୍ତି ସିଧାସଳଖ ଚାକିରି ପାଇଁ ଆବେଦନ କରିପାରିବ । ନୂଆ ଫିଚରରେ ବିଭିନ୍ନ କ୍ଷେତ୍ରର ଚାକିରି ଉପଲବ୍ଧ ରହିବ । ସେଥିମଧ୍ୟରୁ ଆଶାୟୀ ଯେଉଁ ଚାକିରି ପାଇଁ ଇଚ୍ଛୁକ ତାହା ଉପରେ ଆବେଦନ କରିପାରିବେ ।

ଫେସବୁକର ଏହି ଜବ ଆପ୍ଲିକେସନ ଫିଚର ୨୦୧୭ରେ ଆମେରିକା ଓ କାନାଡାରେ ଉପଲବ୍ଧ ହୋଇଥିଲା । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ  ‘www.facebook.jobs’ େଓ୍ଵବ୍ସାଇଟରେ ନିଜର ରିଜ୍ୟୁମ ବା ସିଭି ଦେଇ ଆବେଦନ କରିପାରିବେ। ଆବେଦନକାରୀ ନିଜ ବିଷୟରେ ସବୁ ତଥ୍ୟ ଦେବା ପରେ ଏକ ମେସେଞ୍ଜର୍ ଉଇଣ୍ଡୋ ଦୃଶ୍ୟମାନ ହେବ। ସେଠାରେ ଆବେଦନକାରୀଙ୍କୁ କମ୍ପାନି ପକ୍ଷରୁ ଯୋଗାଯୋଗ କରାଯିବ।

ଫେସବୁକ୍ ଭାରତରେ ପ୍ରାୟ ୩୦ ପ୍ରକାରର ଚାକିରି ସୁବିଧା ଉପଲବ୍ଧ କରାଇଛି। ତେବେ ଦେଶର ଯେଉଁ ଯେଉଁ ସହରଗୁଡ଼ିକରେ ଚାକିରି ଉପଲବ୍ଧ ସେ ସହରଗୁଡ଼ିକ ହେଉଛି ନୂଆଦିଲ୍ଳୀ, ଗୁରୁଗ୍ରାମ, ବାଙ୍ଗାଲୋ,ହାଇଦ୍ରାବାଦ୍, ମୁମ୍ବାଇ ପ୍ରମୁଖ। ଭାରତ ବାହାରରେ ଥିବା ସମସ୍ତ ଚାକିରିକୁ ମିଶାଇଲେ ଫେସବୁକ୍ରେ ସମୁଦାୟ ୩,୩୩୬ଟି ପୋଷ୍ଟ୍ ରହିଛି। ଆବେଦନକାରୀ ନିଜର ସ୍ଥାନ ନାମ ଦେଇ ଚାକିରି ଆବେଦନ କରିପାରିବେ।