ପରିବାର ପାଇଁ ବରଦାନ ସାଜିଲା ସୋଶିଆଲ ମିଡିଆ : ୧୩ ବର୍ଷ ପରେ ଘରକୁ ଫେରିଲା ହଜିଯାଇଥିବା ପୁଅ

46

ଦିନକୁ ଦିନ ସୋଶିଆଲ ମିଡିଆର ବ୍ୟବହାର ବଢ଼ି ବଢ଼ି ଯାଉଛି । ଏହି ମଧ୍ୟରେ ସୋଶିଆଲ ମିଡିଆ ହଜିଯାଇଥିବା ଲୋକଙ୍କୁ ଫେରାଇ ଆଣିବାର କାମ କରୁଛି । ରାଜସ୍ଥାନର ସିକରର ଏମିତି ଏକ ମାମଲା ସାମନାକୁ ଆସିଛି । ଏତେ ଦିନ ପରେ ପୁଅକୁ ଦେଖି ମାଁର ଆଖି ଛଳ ଛଳ ହୋଇଗଲା । ଫେସବୁକ୍ ଏକ ପରିବାରକୁ ତାଙ୍କ ହଜିଯାଇଥିବା ପୁଅ ଫେରାଇଲା ।

ଲକ୍ଷ୍ମଣଗଢ଼ ସହରର ୱାର୍ଡ ନମ୍ବର ୧୬ର ନିବାସୀ ମାୟା ଦେବୀଙ୍କ ୧୦ ବର୍ଷୀୟ ପୁଅ ବିମଲ ଯୋଶୀ ଓରଫ୍ ବଣ୍ଟି ୨୦ ଫେବୃୟାରୀ ୨୦୦୫ରେ ଘର ବାହାରେ ଖେଳୁଥିଲା । ସେଇଠୁ ବଣ୍ଟି ହଠାତ୍ ହଜିଯାଇଥିଲା । ବହୁତ ଖୋଜିବା ପରେ ବି ଘର ଲୋକଙ୍କୁ ମିଳିନଥିଲା । ସେଦିନ ଏମିତି ହୋଇଥିଲା କି ସେ ଖେଳିଲାବେଳେ ଜଣେ ସାଧୁ ଆସିଲେ ଓ ତାକୁ ଫୁସୁଲେଇ କି ନିଜ ସାଙ୍ଗରେ ନେଇଯାଇଥିଲେ । ଯିବା ସମୟରେ ବଣ୍ଟି ନିଜ ସାଙ୍ଗରେ କିଛି ଟଙ୍କା ବି ନେଇଯାଇଥିଲା । ସାଧୁ ତାକୁ ଆସାମ ନେଇଗଲା ଓ ଘର କାମ କରାଇଲା । ପାଖାପାଖି ୨ବର୍ଷ ସାଧୁ ପାଖରେ ରହିବା ପରେ ଗୋଟିଏ ଦିନ ତା’ ପାଖରୁ ଖସି ଆସିିଲା ଓ ଟ୍ରେନ୍ ରେ ଜୟପୁର ଆସିଗଲା । କିଛି ଦିନ ସେଠି ବୁଲିବା ପରେ ଯୋଧପୁର ଚାଲିଗଲା । ଯୋଧପୁରରେ ସେ ଏକ ମୁସଲିମ୍ ବ୍ୟବସାୟୀ ପାଖରେ କାମ କଲା ଓ ତା’ ସଂପର୍କୀୟଙ୍କ ପାଖରେ ମାଉଣ୍ଟ ଆବୁରେ ୩ ବର୍ଷ କାମ କଲା । ମାଉଣ୍ଟ ଆବୁରୁ ଚୈାମୁ ଆସିଗଲା ଓ ଜଣେ ମହିଳାଙ୍କ ଘରେ କାମ କଲା ।

ପୁଣି ୧୩ ବର୍ଷ ପରେ ବଣ୍ଟି ନିଜ ଦାଦା ପୁଅ ଗୈାରବ ଯୋଶୀଙ୍କ ସହ ଫେସବୁକ୍ ରେ ସଂପର୍କ କଲା । ସମସ୍ତ କାହାଣୀ ସେ ଫେସବୁକ୍ରେ ଜଣାଇଲା । ତା’ ପରେ ଫୋନ୍ ନମ୍ବର ଆଦାନ ପ୍ରଦାନ କଲେ । ଗୈାରବ ବୁଝାଇବା ପରେ ବଣ୍ଟି ୪ ଜୁଲାଇରେ ଘରକୁ ଫେରିଲା ।