ଆଉ ଲିକ୍ ହେବନି ଡାଟା ! ପରିବର୍ତ୍ତନ ହେଲା ଫେସବୁକ୍ ପଲିସି, ୟୁଜର୍ସଙ୍କ କମାଣ୍ଡରେ ଚାଲିବ ଫେସବୁକ

43

ଫେସବୁକରେ କେମ୍ବ୍ରିଜ ଏନେଲିଟିକା ଡାଟା ଲିକ ଖବର ପ୍ରସାର ହେବା ପରେ ସିଇଓ ମାର୍କ ଜୁକରବର୍ଗ ସମସ୍ତଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ ଏବଂ ଏଥିରେ ବଡ ଧରଣର ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଯାଇଛି । ଫେସବୁକ ସାଇଟ ନିଜ ବ୍ୟକ୍ତିଗତ ପଲିସିକୁ ପରିବର୍ତ୍ତନ କରିଛି  । ଏହି ପରିବର୍ତ୍ତନ ପରେ ଆପଣ ଫେସବୁକ ସାଇଟର ଗୋଟିଏ ସ୍ଥାନରୁ ହିଁ ସିକ୍ୟୁରିଟି ଏବଂ ପ୍ରାଇଭେସି ସେଟିଙ୍ଗକୁ ନିଜ ସୁବିଧାରେ ପରିବର୍ତ୍ତନ କରିପାରିବେ ।

mark jukerberg

ଏହି କାରଣରୁ ଫେସବୁକ ନିଜ ମୋବାଇଲ ଆପରେ ଏକ ପ୍ରାଇଭେସୀ ସର୍ଟକର୍ଟ ନାମକ ଏକ ବଟନ ଦେଇଛି । ନୂଆ ଅପଡେଟ ପରେ ଆପଣ ସେହି ବିଜ୍ଞାପନ ଉପରେ ମଧ୍ୟ ରୋକ ଲଗାଇପାରିବେ ଯାହା ସର୍ଚ୍ଚ ଏବଂ ପସନ୍ଦ ଆଧାରରେ ଦେଖା ଯାଇଥାଏ  । ଏହାର ସୂଚନା ମାର୍କ ଜୁକରବର୍ଗ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ।

ଜୁକରବର୍ଗ ନିଜ ଆକାଉଣ୍ଟରେ ଲେଖି ଜଣାଇଥିଲେ ଯେ, ‘ଆପଣମାନଙ୍କ ମଧ୍ୟରୁ ବହୁଜଣ ମୋତେ ପଚାରିଛନ୍ତି ଯେ ଆମେ ଯେଉଁ ସୂଚନା ଫେସବୁକରେ ସେୟାର କରୁଛୁ ତାକୁ କେଉଁ ଉପାୟରେ ହଟାଇବୁ ବା କଣ୍ଟ୍ରୋଲ କରିବୁ । ଆପଣଙ୍କ ଚିନ୍ତାକୁ ଦୂର କରିବା ପାଇଁ ଆମେ ଏବେ ଆପଣଙ୍କ ସବୁ ପ୍ରାଇଭେସିକୁ ଏବଂ ସେଟିଙ୍ଗକୁ ଗୋଟିଏ ସ୍ଥାନରେ କରିଦେଇଛୁ । ଏହାକୁ ଆମେ ପ୍ରାଇଭେସି ସର୍ଟକର୍ଟ ନାଁ ଦେଇଛୁ । ଏଠାରୁ ଆପଣ ମନଇଚ୍ଛା ନିଜ ପ୍ରାଇଭେସିକୁ ବଦଳାଇ ପାରିିବେ । ଏତିକି ନୁହଁ ଆପଣ ଚାହିଁଲେ ଆପ ସେଟିଙ୍ଗକୁ ଯାଇ ଆପଣଙ୍କ ମନଇଚ୍ଛା ଯେକୌଣସି ଆପକୁ ହଟାଇ ପାରିବେ ।’