ଫେସବୁକ୍ ହ୍ୟାକିଙ୍ଗ୍ ରେ ଆପଣଙ୍କ ଆକାଉଣ୍ଟ୍ ପ୍ରଭାବିତ ହୋଇଛି କି ନାହିଁ କିପରି ଜାଣିବେ ? ଜାଣନ୍ତୁ କିଛି ଉପାୟ ।

68

ଡାଟା ଚୋରି କୁ ନେଇ ଫେସବୁକ୍ ବହୁତ ସମୟ ଧରି ଚର୍ଚ୍ଚାରେ ଅଛି । ଏବେ ସୋଶିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚନା ଅନୁସାରେ, ୟୁଜର୍ସଙ୍କ ଆକାଉଣ୍ଟରୁ ପାଖାପାଖି ୨୯ ମିଲିୟନ୍(୨.୯ କୋଟି) ୟୁଜର୍ସଙ୍କ ଡାଟା ଚୋରି କରାଯାଇଛି । କିନ୍ତୁ କମ୍ପାନୀ କହିଛି କି, ହ୍ୟାକର୍ସ କୈାଣସି ସମ୍ବେଦନଶୀଳ ଡାଟା ଚୋରି କରିନି ।

କମ୍ପାନୀ ମୁତାବକ, ହ୍ୟାକର୍ସ ୧୫ ମିଲିୟନ୍ ୟୁଜରଙ୍କ ନାମ, କଣ୍ଟାକ୍ଟ ଡିଟେଲ୍ସ, ଫୋନ୍ ନମ୍ବର ଓ ମେଲ୍-ଆଇଡି ର ଚୋରି କରିଛନ୍ତି । ଏହା ବ୍ୟତୀତ ୧୪ ମିଲିୟନ୍ ୟୁଜରଙ୍କ ଯେଉଁ ତଥ୍ୟ ଚୋରି କରାଯାଇଛି, ସେଥିରେ ତାଙ୍କର ୟୁଜରନେମ୍, ଜେଣ୍ଡର, ଭାଷା, ରିଲେଶନସିପ୍ ଷ୍ଟାଟସ୍, ଧର୍ମ, ଘର ଠିକଣା, କରେଣ୍ଟ ସିଟି, ଜନ୍ମଦିନ ଏସବୁ ଜରିଆରେ ଫେସବୁକ୍ କୁ ସହଜରେ ପ୍ରବେଶ କରାଯାଇପାରୁଛି । ତା’ ସହ ୟୁଜର୍ସଙ୍କ ଯୋଗ୍ୟତା, କାମ ଓ ଯେଉଁଠି ସେମାନେ ଚେକ୍-ଇନ୍ କରିଛନ୍ତି, ସମସ୍ତ ତଥ୍ୟ ଚୋରି କରାଯାଇଛି ।

ତେବେ ଏହି ଘଟଣାରେ ୨୯ ମିଲିୟନ୍ ଫେସବୁକ୍ ୟୁଜର୍ସଙ୍କ ଡାଟା ପ୍ରଭାବିତ ହୋଇଛି । ଏଥିପାଇଁ କମ୍ପାନୀ ୟୁଜର୍ସଙ୍କୁ ଏକ ଟୁଲ୍ ଦେଉଛି ଯାହାଦ୍ୱାରା ୟୁଜର୍ସ ଜାଣିପାରିବେ ଯେ ତାଙ୍କ ଆକାଉଣ୍ଟ୍ କୁ କିଏ ଦେଖିଛି କି ନାହିଁ । ଏଥିପାଇଁ ୟୁଜର୍ସଙ୍କୁ ଫେସବୁକ୍ ହେଲ୍ପ ସେଣ୍ଟର ଭିଜିଟ୍ କରିବାକୁ ପଡିବ । ଏଠାରେ ଆପଣଙ୍କୁ ଏକ ନୋଟିସ୍ ଦେଖାଯିବ ଯେଉଁଥିରେ ଆକାଉଣ୍ଟ ହ୍ୟାକ୍ ହୋଇଛି କି ନାହିଁ ଜଣାପଡିଯିବ । ତେବେ ଫେସବୁକ୍ କହିବାନୁସାର ୟୁଜର୍ସଙ୍କ ଡାଟାକୁ ଆକ୍ସେସ୍ କରାଯାଇଥିଲେ ମଧ୍ୟ ବ୍ୟବହାର କରାଯାଇନାହିଁ । ହ୍ୟାକର୍ସ ୟୁଜର୍ସଙ୍କ ପ୍ରୋଫାଇଲରୁ କିଛି ପୋଷ୍ଟ୍ କରିନାହିଁ । ଏହା ଫେସବୁକ୍ କହିଛି । ତେବେ ଯଦି ଆପଣଙ୍କ ଡାଟା ଫେସବୁକର ଏହି ହ୍ୟାକିଙ୍ଗରେ ପ୍ରଭାବିତ ହୋଇଛି ତେବେ କମ୍ପାନୀ କହିବାନୁସାର ଏବେ ଏହାକୁ ସୁରକ୍ଷିତ କରିବା ପାଇଁ ଆପଣଙ୍କୁ କିଛି କରିବାକୁ ପଡିବନାହିଁ । କାହିଁକି ନା,ପାସୱାର୍ଡ ଏଯାଏଁ ଚୋରି ହୋଇନାହିଁ । ଏଥିପାଇଁ ଏହାକୁ ବଦଳାଇବା ମଧ୍ୟ ଜରୁରୀ ନୁହେଁ । ହ୍ୟାକର୍ସ ଟୋକନକୁ ଆକ୍ସେସ୍ କରିଥିଲେ ଯେଉଁଥିରେ କମ୍ପାନୀ ପୂର୍ବରୁ ହିଁ ଏହାକୁ ରିସେଟ୍ କରିଦେଇଛି । ଏହି କାରଣରୁ କିଛି ୟୁଜର୍ସଙ୍କ ଆକାଉଣ୍ଟ ଆପେ ଲଗ୍ ଆଉଟ୍ ହୋଇ ଯାଇଥିଲା ।