ଫେସବୁକ୍ ଆଣିଲା ନୂଆ ଟୁଲ୍ ! ଏବେ ଆଉ ଆପଣଙ୍କ ଫଟୋକୁ କେହି ବି କରିପାରିବେ ନାହିଁ ଡାଉନଲୋଡ଼

82

ସୋସିଆଲ ମିଡ଼ିଆ ଭିତରେ ଫେସବୁକକୁ ଲୋକମାନେ ଅଧିକ ବ୍ୟବହାର କରନ୍ତି । ତେଣୁ ଫେସବୁକ୍ ୟୁଜରଙ୍କୁ ଅଧିକ ଭଲ ସେବା ଯୋଗାଇ ଦେବା ପାଇଁ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହେଉଛି । ଫେସବୁକରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ସମସ୍ୟା ଥିଲା କି କେହିବି ଆପଣଙ୍କ ପ୍ରୋଫାଇଲ ଫଟୋ ଓ ପୋଷ୍ଟ କରିଥିବା ଫଟୋକୁ ଡାଉନଲୋଡ଼ କରିପାରିବ । କିନ୍ତୁ ଏବେ ଏପରି କିଛି ହେବ ନାହିଁ । ଫେସବୁକ୍ ୟୁଜରଙ୍କ ପ୍ରୋଫାଇଲ ଫଟୋକୁ ସୁରକ୍ଷିତ କରିବା ପାଇଁ ଏକ ନୂଆ ଟୁଲ୍ ଆଣିଛି ।

ଆସନ୍ତୁ ଜାଣିବା ଫେସବୁକ ପ୍ରୋଫାଇଲ ପିକଚର ସିକ୍ୟର ଟୁଲ୍ ବିଷୟରେ ?
ଫେସବୁକର ଏହି ନୂଆ ଟୁଲ୍ ଅନୁସାରେ ନିଜର ଫଟୋକୁ ଆପଣ ପ୍ରାଇଭେସି କରିବା ପାଇଁ ଅପ୍ସନ ମିଳେ । ଏହାର ଅର୍ଥ ଆପଣ ନିଜର ପ୍ରୋଫାଇଲ ଫଟୋ, କଭର ଫଟୋ ପାଇଁ ଏପରି ସେଟିଂ କରିପାରିବେ ଯେପରି ଆପଣଙ୍କ ଫଟୋକୁ କେହି ଡ଼ାଉନଲୋଡ଼ କରିପାରିବେ ନାହିଁ । ଏଥିପାଇଁ ପ୍ରୋଫାଇଲ ପିକଚର୍ ଗାର୍ଡ଼ ଫିଚର ଦିଆଯାଇଛି ।

ଏହି ଫିିଚର କେବଳ ଭାରତରେ ଲ୍ଂଚ ହୋଇଛି । ଖୁବ ଶୀଘ୍ର ଅନ୍ୟ ଦେଶରେ ମଧ୍ୟ ଏହି ଫିଚର ହେବାକୁ ଯାଉଛି । ଏହି ଟୁଲକୁ ‘ୟୁଥ୍ କି ଆବାଜ’, “ଲର୍ଣ୍ଣିଙ୍ଗ୍ ଲିଙ୍କ୍ ଫାଉଣ୍ଡେସନ’ ପରି ସଂସ୍ଥାନ ସାହାଯ୍ୟରେ ବିକଶିତ କରାଯାଇଛି, ଯଦ୍ୱାରା ଫେସବୁକ୍ ୟୁଜର ସୁରକ୍ଷିତ ରହିବେ । ଏହି ଟୁଲ୍ ବିକଶିତ ହେବା ପରେ ଆଉ କେହିବି ଆପଣଙ୍କ ଫଟୋର ଖରାପ ବ୍ୟହାର କରିପାରିବେ ନାହିିଁ ।

ଆପଣଙ୍କ ଫଟୋ ଦେଖୁଥିବା ଅନ୍ୟ ଫେସବୁକ୍ ୟୁଜର ଆପଣଙ୍କ ପ୍ରୋଫାଇଲ ଫଟୋକୁ ନା ଡାଉନଲୋଡ଼ କରିପାରିବେ, ନା ମେସେଞ୍ଜର ଜରିଆରେ କାହା ସହ ଶେୟାର କରିପାରିବେ । ଏହାସହ ଯେଉଁ ୟୁଜର ଫେସବୁକରେ ଆପଙ୍କ ଫ୍ରେଣ୍ଡ ନାହାନ୍ତି ସେ ଆପଣଙ୍କୁ ନିଜ ସହ ଟ୍ୟାଗ କରିପାରିବେ ନାହିଁ ।

ଏହା ବ୍ୟତୀତ ପ୍ରୋଫାଇଲ ଫଟୋର ସ୍କ୍ରିନସଟ୍ ନେଉଥିବା ୟୁଜରଙ୍କୁ ମଧ୍ୟ ଫେସବୁକ ରୋକିବ । ଏହାସହ ଫେସବୁକ ଆପଣଙ୍କ ପ୍ରୋଫାଇଲରେ ‘ବ୍ଲୁ ପ୍ଲଣ୍ଡର ସିଲ୍ଡ’ ମଧ୍ୟ ଲଗାଇବ ଯଦ୍ୱାରା ଫଟୋ ସୁରକ୍ଷିତ ରହିବ ଓ ଫଟୋର ଖରାପ ବ୍ୟହାର ହୋଇପାରିବ ନାହିଁ । ଏହି ଟୁଲରେ ୟୁଜରଙ୍କୁ ନିଜ ଫଟୋରେ ୱାଟର ମାର୍କ ଟାଇପର ଡିଜାଇନ ଲଗାଇବାର ବିକଳ୍ପ ମଧ୍ୟ ମିଳିିବ ।

                          ସୌଜନ୍ୟ-ଅମରଉଜାଲା