ଫେସବୁକ୍ ଯୋଗୁଁ ମୃତ୍ୟୁମୁଖରେ ପଡ଼ିପାରନ୍ତି ୟୁଜର ! ଖୁଲାସା କଲେ ମାର୍କ ଜୁବରବର୍ଗଙ୍କ ଜଣେ ପାଖଲୋକ

34

ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଉପୁଜୁଛି । ଗତ କିଛିଦିନ ଧରି ଫେସବୁକରୁ ଯେଉଁଭଳି ଭାବେ ତଥ୍ୟ ଚୋରି ହେଉଛି ତାହା ୟୁଜର୍ସଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନକଲି ଆକାଉଣ୍ଟ୍ ସମସ୍ୟାରୁ ନେଇ ଡାଟା ଚୋରି ଆଦି ବିଭିନ୍ନ ସମସ୍ୟା ପାଇଁ ଅସୁରକ୍ଷିତ ହୋଇ ପଡୁଛନ୍ତି ବ୍ୟବହାରକାରୀ । ଲୋକଙ୍କ ମନରେ ଫେସବୁକର ସୁରକ୍ଷା ପଲିସି ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ତେବେ ଏସବୁ ସମସ୍ୟା ପରେ ମାର୍କ ଜୁକରବର୍ଗ ଦୋଷ ସ୍ୱୀକାର କରିବା ସହ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । ଆଉ ଏବେ ଡାଟା ଲିକ୍ ନହେବା ପାଇଁ ଏକ ଫିଚର୍ ମଧ୍ୟ ଅପଡ଼େଟ୍ ହୋଇଛି ।

facebook

ତେବେ ଏସବୁ ପରେ ଆଉ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ପାଖଲୋକ ଏଣ୍ଡୁ ବୋସବର୍ଥଙ୍କ ଏକ ଲିକ ମେମୋ ନେଇ କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ‘ଦ ଅଗ୍ଲି’ ନାମରେ ୨୦୧୬ରେ ଲେଖାଯାଇଥିବା କେବଳ ଏତିକି ନୁହେଁ ଏହି ମେମୋରେ ବୋସବର୍ଥ କହିଛନ୍ତି କି, ଫେସବୁକରେ ଲୋକଙ୍କ ମୃତ୍ୟୁ ହୋଇପାରେ । ଏହା ବ୍ୟତୀତ କୌଣସି ଆତଂକି ଆକ୍ରମଣର ଷଡଯନ୍ତ୍ରରେ ଫେସବୁକ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ ।

ତେବେ ମେମୋ ସାମ୍ନାକୁ ଆସିବା ପରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଗତ ଗୁରୁବାର ଦିନ ଏହି ବାବଦରେ ସଫାଇ ଦେଇ ଲେଖିଛନ୍ତି କି, ବୋସବର୍ଥ ଜଣେ ପ୍ରତିଭାଶାଳୀ ବ୍ୟକ୍ତି । କିନ୍ତୁ ସେ ଲୋକଙ୍କୁ ଉତେଜିତ୍ତ କରିବା ଭଳି ବହୁତ ମନ୍ତବ୍ୟ ଦେଇଥାନ୍ତି । ତାଙ୍କ ମେମୋକୁ ନେଇ ଫେସବୁକର ଅନେକ ଲୋକ ସମ୍ମତ ନୁହଁନ୍ତିି । ମୁଁ ବି ବୋବସର୍ଥର ମେମୋକୁ ନେଇ ସହମତ ନୁହେଁ ।

ଜୁକରବର୍ଗଙ୍କ ଅନୁସାରେ ଲୋକଙ୍କୁ କେବଳ ଯୋଡି ରଖିବା ହିଁ ସବୁକିଛି ନାହିଁ, ବରଂ ତାଙ୍କୁ ପାଖପାଖି ଆଣିବା ଅଧିକ ଜରୁରୀ । କମ୍ପାନୀ ଏହି ଲକ୍ଷ୍ୟ ରଖି ନେଇ କାମ ଜାରିରଖିଛି । ଅନ୍ୟପଟେ ନିଜ ମେମୋ ଉପରେ ନେଇ ବୋସବର୍ଥ ଗତ କହିଛନ୍ତିି, ଯେତେବେଳେ ମେମୋ ଏହି ପୋଷ୍ଟକୁ ଲେଖିଥିଲା, ସେତେବେଳେ ବି ଏହାକୁ ସମର୍ଥନ କରୁନଥିଲି ଆଉ ଆଜି ବି କରୁନି । ତେବେ ଏହି ମେମୋର ଲେଖିବାର ଶୈଳୀ ଭିନ୍ନ । ଏପରି କିଛି ସମସ୍ୟାକୁ ସାମ୍ନାକୁ ଆଣିବାର ଥିଲା, ଯାହାକୁ ଆମେ ଅଧିକ ଆଲୋଚନା କରିବା ଜରୁରୀ ।