କିଛି ସମୟ ପାଇଁ ଠପ୍ ହୋଇଗଲା ଫେସବୁକ୍ ! ଖୋଲିଲାନି ପେଜ୍, ଟ୍ୱିଟ କରି ବର୍ଷିଲେ ୟୁଜର୍ସ

83

ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ୍ ରବିବାର ବିଶ୍ୱର କିଛି ସ୍ଥାନରେ କିଛି ସମୟ ପାଇଁ ଏକରକମ ଠପ୍ ହୋଇଯାଇଥିଲା । ଯେଉଁଥିପାଇଁ ଫେସବୁକ ୟୁଜର୍ସ ମାନେ କିଛି ସମୟ ପାଇଁ ନ୍ୟୁଜ୍ ଫିଡ ଦେଖି ପାରିନଥିଲେ । କିନ୍ତୁ ଫେସବୁକ୍ ଆପ୍ ଠିକ୍ ଭାବେ କାମ କରୁଥିଲା । ଫେସବୁକ୍ ସର୍ଭର ଡାଉନ ଥିବା ବେଳେ ୟୁଜର୍ସ ନ୍ୟୁଜ ଫିଡ୍ ଦେଖିପାରୁନଥିଲେ ସତ କିନ୍ତୁ ପ୍ରୋଫାଇଲ ପେଜରେ କୌଣସି ସମସ୍ୟା ହୋଇନଥିଲା ।

କେଉଁ କାରଣରୁ ଫେସବୁକ ପେଜ ସର୍ଭର ଡାଉନ ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏପରିକି ଫେସବୁକ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ୟୁଜର୍ସ ମାନେ ଫେସବୁକ୍ ପେଜ୍ ଡାଉନ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ଏପରିକି ଫେସବୁକ ପେଜ ଖୋଲିଲେ ଏରର ଦେଖାଇବା ସହ ଟ୍ରାଇ ରିଫ୍ରେସିଙ୍ଗ ଦ ପେଜ୍ ଲେଖା ଦେଖିବାକୁ ମିଳିଥିଲା ।

ଏହାପୂର୍ବରୁ ଗତ ମାସରେ ମଧ୍ୟ କିଛି ସମୟ ପାଇଁ ଫେସବୁକ୍ ସର୍ଭର ଡାଉନ ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ । ଫେସବୁକର ଫିଚର ବ୍ୟବହାର କରି ପାରିନଥିଲେ ୟୁଜର୍ସ ।