ଠପ୍ ହୋଇଯାଇଥିଲା ଫେସବୁକ୍ ସେବା, ୟୁଜର୍ସ ହେଲେ ହନ୍ତସନ୍ତ । କ’ଣ ହୋଇଥିଲା ଜାଣନ୍ତୁ 

ଫେସବୁକ୍ ସେବା ଠପ୍ !

48

ସୋସିଆଲ ନେଟୱର୍କିଂ ସାଇଟ ଫେସବୁକ୍ ରବିବାର ବିଶ୍ୱର କେତେକ ସ୍ଥାନରେ କିଛି ସମୟ ପାଇଁ ଏକରକମ ଠପ୍ ହୋଇଯାଇଥିଲା । ଯେଉଁଥିପାଇଁ ଫେସବୁକ ବ୍ୟବହାରକାରୀମାନେ କିଛି ସମୟ ପାଇଁ ନ୍ୟୁଜ୍ ଫିଡ ଦେଖି ପାରିନଥିଲେ । କିନ୍ତୁ ଫେସବୁକ୍ ଆପ୍ ଠିକ୍ ଭାବେ କାମ କରୁଥିଲା । ଫେସବୁକ୍ ସର୍ଭର ଡାଉନ ଥିବାବେଳେ ୟୁଜର୍ସ ନ୍ୟୁଜ ଫିଡ୍ ଦେଖିପାରୁନଥିଲେ ସତ କିନ୍ତୁ ପ୍ରୋଫାଇଲ ପେଜରେ କୌଣସି ସମସ୍ୟା ହୋଇନଥିଲା। ତେବେ ଏହା କେଉଁ କାରଣରୁ ହୋଇଥିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ  କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲା। ଏପରିକି ଫେସବୁକ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ବ୍ୟବହାରକାରୀମାନେ ଫେସବୁକ୍ ପେଜ୍ ଡାଉନ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ଏପରିକି ଫେସବୁକ ପେଜ ଖୋଲିଲେ ଏରର ଦେଖାଇବା ସହ ଟ୍ରାଇ ରିଫ୍ରେସିଙ୍ଗ ଦ ପେଜ୍ ଲେଖା ଦେଖିବାକୁ ମିଳିଥିଲା ।ଏହାପୂର୍ବରୁ ଗତ ମାସରେ ମଧ୍ୟ କିଛି ସମୟ ପାଇଁ ଫେସବୁକ୍ ସର୍ଭର ଡାଉନ ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା।

Comments are closed.