ପେଟିଏମ୍ ଏବଂ ଗୁଗଲ୍ ପେ ଉପରେ ମାଡିଲା ସଙ୍କଟ ! ଫେସବୁକ୍ ଲଞ୍ଚ୍ କଲା Libra , ଏବେ ସୋସିଆଲ୍ ସାଇଟରୁ ନେଣଦେଣ କରିପାରିବେ ଟଙ୍କା ।

442

ସୋସିଆଲ୍ ମିଡିଆ ବରିଷ୍ଠମାନେ କ୍ରିପ୍ଟୋକରେନ୍ସୀ ଉପରେ ଆଧାରିତ Calibra ପ୍ଲାଟଫର୍ମକୁ ଲଞ୍ଚ୍ କରିଛନ୍ତି । ଏହା ଏକ ପ୍ରକାରର ପେମେଣ୍ଟ୍ ସିଷ୍ଟମ୍ ଯାହା ଆଗାମୀ ବର୍ଷ ସାଧାରଣ ୟୁଜର୍ସଙ୍କୁ ମିଳିବ । ଏଥିରେ ଲିବ୍ରାର ଟ୍ରାଞ୍ଜାକ୍ସନ୍ ମଧ୍ୟ କରାଯିବ । ଲଞ୍ଚ୍ ହେବା ପରେ ଏହା ଉଭୟ ହ୍ୱାଟସଆପ୍ ଏବଂ ମେସେଞ୍ଜରରେ କାମ କରିବ । ଅର୍ଥାତ୍ ୟୁଜର୍ସ ଏବେ ଟଙ୍କାର ନେଣଦେଣ ଫେସବୁକ୍ ମାଧ୍ୟମରେ ହିଁ କରିପାରିବେ । କେବଳ ଏତିକି ନୁହଁ କମ୍ପାନୀ ଏବେ ଏକ ଡିଜିଟାଲ୍ ୱଲେଟ୍ ସିଷ୍ଟମ୍ ବାହାର କରିଛି ଯେଉଁଥିରେ ଟ୍ରାଞ୍ଜାକ୍ସନ୍ ର ରେକର୍ଡ ରଖାଯିବ । ତେବେ ଭାରତରେ ପେ ଟିଏମ୍ ଏବଂ ଗୁଗଲ୍ ପେ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଅଛି ଏବଂ ଏହି ଦୁଇ ଆପ୍ ଏବେ ଖୁବ୍ ଲୋକପ୍ରିୟ । ଏହାଛଡା ଫୋନ୍ ପେ ଭଳି ଆପ୍ ମଧ୍ୟ ରହିଛି । ଏବେ ଫେସବୁକ୍ ର ଘୋଷଣା ପରେ ପେଟିଏମ୍ ଏବଂ ଗୁଗଲ୍ ପେ ପାଇଁ ଅସୁବିଧା ବଢିଯାଇଛି । ଫେସବୁକ୍ ପାଖରେ କୋଟି କୋଟି ୟୁଜର୍ସ ଥିବାରୁ ଏହି ସିଷ୍ଟମ୍ କୁ ୟୁଜର୍ସ ଅଧିକ ବ୍ୟବହାର କରିବେ ବୋଲି କୁହାଯାଉଛି ।

Calibra ଏବଂ  Libra  ମଧ୍ୟରେ ଫରକ କ’ଣ?

ଏଥିରେ ଫରକ ହେଉଛି Bitcoin ଭଳି Libra  ହେଉଛି କ୍ରିପ୍ଟୋକରେନ୍ସୀ । ଅନ୍ୟପକ୍ଷରେ Calibra ହେଉଛି ଏକ ପ୍ଲାଟଫର୍ମ ଯେଉଁଠି Libra ଜରିଆରେ ଟ୍ରାଞ୍ଜାକ୍ସନ୍ ହୋଇପାରିବ ।

କିଭଳି ବ୍ୟବହାର କରିବେ ?

ଫେସବୁକ୍ ଅନୁସାରେ Calibra ହେଉଛି ଫେସବୁକର ନୂଆ ସବସିଡରୀ । ଏହାର ଲକ୍ଷ୍ୟ ଲୋକଙ୍କୁ ଆର୍ଥୀକ ସୁବିଧା ଯୋଗାଇଦେବା । ଯେଉଁଥିରେ ଲୋକଙ୍କୁ Libra Network ଏକ୍ସେସ୍ ମିଳିପାରିବ । Libra ହେଉଛି କ୍ରିପ୍ଟୋକରେନ୍ସୀ ଏହା ଉପରେ ଆଧାରିତ ହେଉଛି ଫେସବୁକ୍ ର CalibraCalibra ଅନୁସାରେ ଫେସବୁକ୍ Libra କ୍ରିପ୍ଟୋକରେନ୍ସୀ ପାଇଁ ଏକ ଡିଜିଟାଲ୍ ୱଲେଟ୍ ଆଣିବ । ୨୦୨୦ ମଧ୍ୟରେ ଏହାକୁ ଲଞ୍ଚ୍ କରାଯିବ । ପ୍ରାରମ୍ଭରୁ Calibra ଜରିଆରେ କୌଣସି ୟୁଜର୍ସଙ୍କୁ ସ୍ମାର୍ଟଫୋନ୍ ଜରିଆରେ Libra ପଠାଯାଇପାରିବ ।

ଯାହାକୁ ମେସେଜ୍ ଜରିଆରେ ସେଣ୍ଡ୍ କରାଯିବ । ଏଥିପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ଆଗକୁ ପେଟିଏମ୍ ଏବଂ ଗୁଗଲ୍ ପେ ରେ ମଧ୍ୟ ଏହି ସୁବିଧାକୁ ଉପଲବ୍ଧ କରାଯିବ । ସେଫ୍ଟିକୁ ନେଇ କମ୍ପାନୀ କହିଛି ଏଥିପାଇଁ ଆଣ୍ଟି ଫ୍ରଡ୍ ଭାରିଫିକେସନ୍ ବ୍ୟବହାର କରାଯିବ । ଯାହା ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର ବେଳେ କରାଯାଏ । ଏଥିପାଇଁ ଏକ ଡେଡିକେଟେଡ୍ ସପୋର୍ଟ ମଧ୍ୟ ଲଞ୍ଚ୍ କରାଯିବ । ଯାହାକୁ ଫୋନ୍ ହଜାଇଦେବା କିମ୍ବା ପାସୱର୍ଡ ଭୁଲିଯିବା ସ୍ଥିିତିରେ ଆପଣ ବ୍ୟବହାର କରିପାରିବେ । କେହି ଆକାଉଣ୍ଟ୍ ହ୍ୟାକ୍ କଲେ କମ୍ପାନୀ ଏଥିପାଇଁ ରିଫଣ୍ଡ ଦେବ ।