ଅଚଳ ହୋଇଗଲା ପପୁଲାର୍ ନେଟୱର୍କିଂ ସାଇଟ୍ ! ସାରା ଦେଶରେ କିଛି ସମୟ ପାଇଁ ୟୁଜର୍ସଙ୍କ ମୋବାଇଲରେ ଚାଲିଲାନାହିଁ ଫେସବୁକ୍ ।

30

ଦୁନିଆର ସବୁଠାରୁ ବଡ ସୋସିଆଲ୍ ନେଟସ୍ୱାର୍କିଙ୍ଗ୍ ସାଇଟ୍ ଫେସବୁକର ସର୍ଭର ଡାଉନ୍ ହେବା କାରଣରୁ ସୋସିଆଲ୍ ସାଇଟରେ ୟୁଜର୍ସ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଶୁକ୍ରବାର ରାତି ୯.୪୦ ସମୟରେ ଫେସବୁକ୍ କାମ କରିବା ବନ୍ଦ କରି ଦେଇଥିଲା ଯେଉଁଥିପାଇଁ ୟୁଜର୍ସଙ୍କୁ ନାହି ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ୧୫ ମିନିଟ୍ ପାଇଁ ଫେସବୁକର ସର୍ଭର ଡାଉନ୍ ହେବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା । ଟେକନିକାଲ୍ ଅସୁବିଧା କାରଣରୁ ଫେସବୁକ୍ କାମ କରିବା ବନ୍ଦ କରିଦେଲା ଯାହାର ପ୍ରଭାବ ୟୁଜର୍ସଙ୍କୁ ଭୋଗିବାକୁ ପଡିଥିଲା ।

ଫେସବୁକ୍ ଡାଉନ୍ କାରଣରୁ ଲୋକ   #Facebookdown ର ଟ୍ରେଣ୍ଡସ୍ ଆରମ୍ଭ କରିଦେଲେ । ଦେଖୁ ଦେଖୁ ଏକ ହଜାରରୁ ଅଧିକ ୟୁଜର୍ସ ଏହି ମାମଲା ଉପରେ ଟ୍ୱିଟ୍ କରିବା ଆରମ୍ଭ କରିଦେଲେ । ସର୍ଭର ଡାଉନ ହେବା ଦ୍ୱାରା ୟୁଜର୍ସ କୌଣସି ପୋଷ୍ଟ୍ ତଥା ଷ୍ଟାଟସ୍ ଦେବାରେ ସଫଳ ହୋଇ ପାରିନଥିଲେ । ସୋସିଆଲ୍ ମିଡିଆର ପପୁଲାର୍ ସାଇଟର ଏଭଳି ଦଶା ଦେଖି ୟୁଜର୍ସ ବ୍ୟତିବ୍ୟସ୍ତ ହୋଇ ବାରମ୍ବାର ଆକାଉଣ୍ଟକୁ ରିଫ୍ରେସ୍ କରୁଥିଲେ । ୧୫ ମିନିଟ୍ ପରେ ଫେସବୁକ୍ ପୁଣି ଥରେ ଚାଲୁ ହୋଇଥିଲା ।