ସଚେତନ ହେବ ସମାଜ ! ଧୁମ୍ରପାନ ଦୂର କରିବାରେ ସାହାଯ୍ୟ କରିବ ଫେସବୁକ ।

25

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅନ୍ୟ ସୋସିଆଲ ମିଡ଼ଆ ସାଇଟ୍ ଅପେକ୍ଷା ଫେସବୁକ୍ ଦ୍ୱାରା ୨.୫ ପ୍ରତିଶତ ଅଧିକ ବ୍ୟକ୍ତି ଧୂମପାନ କରିବା ତ୍ୟାଗ କରୁଛନ୍ତି । ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ଧୂମପାନ ଛାଡ଼ିବା ଅଭିଯାନ, ଚିକିତ୍ସା ଏବଂ କାଉସେଲିଂ ଠାରୁ ଅଧିକ ଫେସବୁକ୍ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଫେସବୁକ୍ ଦ୍ୱାରା ବାର୍ତ୍ତା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ସହ ଅଧିକ ପ୍ରଭାବ ମଧ୍ୟ ପକାଇଥାଏ ।

ସେନ୍ ଫ୍ରାନସିସକୋ କାଲିଫୋର୍ଣ୍ଣିୟା ବିଶ୍ୱବିଦ୍ୟାଳୟର ସହୟକ ପ୍ରଫେସର ଡ଼ାନିଏଲ୍ ରାମୋଙ୍କ କରିଥବା ଏକ ଗବେଷଣାରୁ ଜଣାପଡ଼ିଛି, ଅଧିକ ଲୋକଙ୍କ ପାଖରେ ପହଞ୍ଚିବାର ଏକ ସହଜ ଉପାୟ ହେଉଛି ଫେସବୁକ୍ । ଏଣୁ ସୋସିଆଲ୍ ମିଡ଼ିଆକୁ ତମାଖୁ ବର୍ଜନ କାର୍ୟ୍ୟକ୍ରମରେ ସଫଳ ଭାବେ ବ୍ୟବହାର କରାଯାଇପାରିବ । ଏଥିସହ ଧୂମପାନ ଛାଡ଼ିବା ପାଇଁ ବ୍ୟବହୃତ ଜିନିଷ ଗୁଡ଼ିକର ବିଜ୍ଞାପନ ମଧ୍ୟ କରାଯାଇପାରିବ ।

ଏହି ଗବେଷଣାକୁ ଏଡ଼ିସନ୍ ପତ୍ରିକାରେ ପ୍ରକାଶ କରାଯାଇଛି। ଏହି ଗବେଷଣା ପାଇଁ ୫୦୦ ଜଣ ବ୍ୟକ୍ତିଙ୍କୁ ଚୟନ କରା ଯାଇଥିଲା, ଯେଉଁମାନଙ୍କର ବୟସ ୨୧ ବର୍ଷ ମଧ୍ୟରେ ରହିଥିଲା। ଏଥିରେ ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଦୈନିକ ଧୂମପାନ କରୁଥିବା ବେଳେ ଗବେଷଣାର ୯୦ ଦିନ ପରେ ସେମାନଙ୍କ ମଧ୍ୟରେ ଏହାକୁ ବର୍ଜନ କରିବାର ଇଛା ଜାଗ୍ରତ ହୋଇଥିଲା । ତିନି ମାସ ମଧ୍ୟରେ ଫେସବୁକ୍ ପାଇଁ ଅଧିକାଂଶ ବ୍ୟକ୍ତି ଧୂମପାନ ଛାଡ଼ିବା ପାଇଁ ଇଛା ପ୍ରକାଶ କରିଥିବା କହିଛନ୍ତି ଗବେଷକ ।