ସିଙ୍ଗଲଙ୍କ ପାଇଁ ଫେସବୁକ ଆଣିଛି ନୂଆ ଡେଟିଙ୍ଗ ଫିଚର : ଏଣିକି ୟୁଜର୍ସ ଚାଟିଙ୍ଗ ସହ ଡେଟିଙ୍ଗର ବି ମଜା ନେଇପାରିବେ, ଆସନ୍ତୁ ଜାଣିବା ଫିଚର ସଂପର୍କରେ କିଛି ତଥ୍ୟ

23

ଏବେ ଫେସବୁକରେ ବି ଟିଣ୍ଡର ଭଳି ଡେଟିଙ୍ଗର ମଜା ନିଆଯାଇପାରିବ । ପ୍ରସିଦ୍ଧ ନେଟୱ୍ୱର୍କିଙ୍ଗ ସାଇଟ ଫେସବୁକ ନିଜର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଛି । ଏଥିରେ ୟୁଜର୍ସ ଚାଟିଙ୍ଗ କରିବା ସହ ଡେଟିଙ୍ଗ ବି କରିପାରିବେ । ଫେସବୁକ ନିକଟରେ ହିଁ ଏହା ବିଷୟରେ ଘୋଷଣା କରିଛି । ଫେସବୁକ ନିଜର ବାର୍ଷିକ ଏଫ୮ ସଫ୍ଟୱେର ଡେଭେଲପର କଂଫ୍ରେନ୍ସରେ ଅନଲାଇନ ଡେଟିଙ୍ଗ ମାର୍କେଟରେ ଏଣ୍ଟ୍ରି କରିବାର ଘୋଷଣା କରିଛି । ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏହି ଫିଚର ସଂପର୍କରେ କହିଛନ୍ତି କି ଦୀର୍ଘ ସମୟ ଧରି ଚାଲୁଥିବା ସଂପର୍କକୁ ଖୋଜିବାରେ ସାହାଯ୍ୟ କରିବ । କେବଳ ଡେଟିଙ୍ଗ ଓ ସଂପର୍କ ଯୋଡିବା ପାଇଁ ନୁହେଁ ବରଂ ଅସଲି ସଂପର୍କ ଓ ଜୀବନ ସାଥୀ ବାଛିବାରେ ହେବ ସହାୟକ । ମାର୍କ ଜୁକରବର୍ଗଙ୍କ କହିବାନୁସାରେ, ଫେସବୁକରେ ୨୦ କୋଟି ଲୋକ ଅଛନ୍ତି, ଯେଉଁମାନେ ନିଜକୁ ସିଙ୍ଗଲ ଲିଷ୍ଟରେ ରଖିଛନ୍ତି, ସେମାନଙ୍କ ପାଇଁ ଫେସବୁକ ଆଣିଛି ଆପ୍ଟ-ଇନ ଫିଚର, ଯାହା ଲୋକଙ୍କୁ ସଂପର୍କ ଯୋଡିବାରେ ହେବ ସହାୟକ ।

କେମିତି କାମ କରିବ ଏହି ଡେଟିଙ୍ଗ ଫିଚର : ୟୁଜର୍ସଙ୍କୁ ‘ଡେଟିଙ୍ଗ ହୋମ’ ଭିତରକୁ ପ୍ରବେଶ କରିବାକୁ ହେଲେ ପ୍ରଥମେ ନିଜର ପ୍ରୋଫାଇଲ ଉପରେ ଦିଆଯାଇଥିବା ହାର୍ଟ ଆଇକନ ଉପରେ କ୍ଲିକ କରିବାକୁ ପଡିବ । ସେଇଠି ପହଂଚିବା ପରେ ୟୁଜର୍ସ ଗୋଟିଏ ଡେଟିଙ୍ଗ ପ୍ରୋଫାଇଲ ତିଆରି କରିପାରିବେ । ଏହାପରେ ଆପଣଙ୍କୁ ଆଖପାଖର ଗ୍ରୁପ ଓ ଇଭେଣ୍ଟକୁ ସର୍ଚ୍ଚ କରନ୍ତୁ ଓ ଇଭେଣ୍ଟକୁ ଯାଉଥିବା ଅନ୍ୟ ଲୋକଙ୍କ ସହ ନିଜ ପ୍ରୋଫାଇଲକୁ ଯୋଡିବାକୁ ପଡିବ । ତା’ପରେ ଆପଣ ବି ସେମାନଙ୍କ ପ୍ରୋଫାଇଲ ଦେଖିପାରିବେ ।