ଘରେ ଘରେ ଅଧିକ ବେଗର ଇଂଟରନେଟ୍ ପହଞ୍ଚାଇବ ଫେସବୁକ୍! ସହରରେ ୱାଇଫାଇ ବ୍ୟବସ୍ଥା ହେବ ସୁପରଫାଷ୍ଟ

42

ସହରାଂଚଳରେ ଅନେକ ପ୍ରକାର ବାଧା ଯୋଗୁଁ ୟୁଜରଙ୍କୁ ହାଇ ସ୍ପିଡ଼୍ ଇଂଟରନେଟ୍ ଚଳାଇବାର ସମସ୍ୟା ହେଉଛି । ୟୁଜରର୍ସ ୪ଜି ଇଂଟରନେଟ୍ ପକାଇଲେ ମଧ୍ୟ କିଛି ଅଂଚଳରେ ନେଟୱର୍କ ଅସୁବିଧା ଯୋଗୁଁ ୨ଜି ପରି ଚାଲୁଛି ଇଂଟରନେଟ୍ ! ଏହି କତାକୁ ଧ୍ୟାନ ଦେଇ ସହରୀ ଅଂଚଳରେ ସୁପର ଫାଷ୍ଟ ଇଂଟରନେଟ୍ ସୁବିଧା ପାଇଁ ଫେସବକ୍ ନିଜେ ଇଂଟରନେଟ୍ ଟେକନିକର ବିକଶିତ କରିଛି । ଫେସବୁକ 60Ghz ଉପରେ କାମ କରୁଥିବା ଟେରାଗ୍ରାଫ୍ ସିଷ୍ଟମ ତିଆରି କରିଛି, ଯାହା ୱାଇଫାଇ ସାହାଯ୍ୟରେ ସହରୀଅଂଚଳରେ ଅଧିକ ବେଗର ଇଂଟରନେଟ୍ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଛି ।

୨୦ରୁ ୪୦ ଜିବିପିଏସ୍ ମିଳିବ ବେଗ !
ଫେସବୁକ୍ ଓ ୱାଲକମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜ୍ଞାନକୌଶଳ 802.11ay WLAN ଷ୍ଟାଣ୍ଡାର୍ଡ଼ ଉପରେ ଅଧାରିତ । ଏନଗେଜମେଂଟ ରିପୋର୍ଟ ଅନୁସାରେ ଏଥିିରେ ୨୦ରୁ ଅଧିକ ୪୦ ଜିବପିଏସ୍ ବେଗର ଇଂଟରନେଟ୍ ଟ୍ରାନ୍ସମିଟ୍ କରାଯାଇପାରିବ । କିନ୍ତୁ ଏହା ଆପଣଙ୍କ ଦ୍ୱାରା କିଣିବା ପାଇଁ ଇଂଟରନେଟ୍ ପ୍ୟାକ୍ ଉପରେ ଆଧାରିତ ହେବ ।

୩୦୦ ରୁ ୫୦୦ ମିଟର ଦୂର କଭର କରୁଛି ଟେଲିଗ୍ରାଫ୍ ସିଷ୍ଟମ୍ !
ତେବେ ବର୍ତ୍ତମାନ ଫେସବୁକ୍ ଏହି ଟେରାଗ୍ରାଫ୍ ସିଷ୍ଟମକୁ ପ୍ରସ୍ତୁତ କରିଛି । ସୂଚନା ଅନୁସାରେ ଏହି ଜ୍ଞାନକୌଶଳକୁ ୩୦୦ରୁ ୫୦୦ ମିଟର ଦୂର ପର୍ଯ୍ୟନ୍ତ ଉପଯୋଗ କରାଯାଇପାରିବ । ଅଧିକ ଦୂର ପର୍ଯ୍ୟନ୍ତ ଏହି ଜ୍ଞାନକୌଶଳକୁ ବ୍ୟବହାର କରିବା ପାଇଁ ଏବେ ଏଗ୍ରିମେଂଟରେ ବଡ଼ ଧରଣର ପରିବର୍ତ୍ତନ କରାଯିବ । ଏହ ବ୍ୟତୀତ ଟିଡ଼ିଏମ ପ୍ରୋଟୋକଲରେ ମଧ୍ୟ କିଛି ସୁଧାର କରିବା ପାଇଁ ସୂଚନା ଦିଆଯାଇଛି ।

ୟୁଜର ବଢ଼ିଲେ ମଧ୍ୟ ବେଗ କମ୍ ହେବ ନାହିଁ !
ଫେସବୁକ କହିଛି, ଏହି ଜ୍ଞାନକୌଶଳ ସହରୀ ଅଂଚଳରେ ବସବାସ କରୁଥିବା ବାଧାକୁ ପାର କରି ସଠିକ ଉପାରେ ଇଂଟରନେଟ୍ ଚଳାଇବାରେ ସାହାଯ୍ୟ କରିବ । ଏଥିରୁ ଅଧିକ ୟୁଜରଙ୍କୁ କନେକ୍ଟ ହେଲେ ମଧ୍ୟ ଡାଟା ବେଗ କମିବ ନାହିଁ ।