ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କବଳରେ ଫସିରହୁଛନ୍ତି କି ? ନିଶ୍ଚିନ୍ତ ହୋଇଯାଆନ୍ତୁ ସୋସିଆଲ୍ ସାଇଟ୍ ନିଶା ଛଡାଇବା ପାଇଁ ଆସିଯାଇଛି ଏକ ନୂଆ ଫିଚର ।

21

ଆପଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କେତେ ସମୟ ବିତାଉଛନ୍ତି ତାହା ତ ନିଶ୍ଚୟ ଜାଣିିଥିବେ । ଏହି ସାଇଟ୍ ଯେ ଆପଣଙ୍କ ସମୟ ଅପଚୟ କରିବାର ଏକ ମାଧ୍ୟମ ଏହା ଜାଣି ମଧ୍ୟ ଏହାର କବଳରୁ ଆପଣ ମୁକ୍ତ ହୋଇ ପାରୁନାହାନ୍ତି । ତେବେ ଏହି ସୋସିଆଲ୍ ମିଡିଆ ନାମକ ଜାଲରୁ ମୁକୁଳିବା ପାଇଁ ଫେସବୁକ୍ ୟୋର ଟାଇମ୍ ଅନ୍ ନାମକ ଏକ ଟୁଲ୍ ଲଞ୍ଚ୍ ହେବାକ ୁ ଯାଉଛି ଏବଂ ଇନଷ୍ଟାଗ୍ରାମରେ ୟୋର ଆକ୍ଟଭିଟି ଟୁଲ୍ ଲଞ୍ଚ୍ ହେବାକ ୁ ଯାଉଛି । ଆପଣ ସୋସିଆଲ୍ ସାଇଟରେ କେତେ ସମୟ ଅପଚୟ କରୁଛନ୍ତି ଏହି ଦୁଇ ଫିଚର୍ସ ଆପଣଙ୍କୁ ସୁଚିତ କରାଇବେ । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଏଭଳି ଏକ ଫିଚର ଗୁଗୁଲ ଆଗାମୀ ଆଣ୍ଡ୍ରୋଏଡ୍ ପାଇଁ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ତେବେ ଆପଲ୍ ମଧ୍ୟ ଆଇଓଏସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ନୂଆ ଫିଚର୍ସରେ ୟୁଜର୍ସଙ୍କୁ କିଛି ମାତ୍ରାରେ ଫାଇଦା ନିଶ୍ଚିତ ହେବ । ଯେଉଁଥିରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମକୁ ଅଧିକ ସମୟ ଧରି ବ୍ୟବହାର କରିବା ଭଳି ଅଭ୍ୟାସ କମିଯିବାର ମଧ୍ୟ ଆଶା ରହିଛି । ଏହା ସୋସିଆଲ୍ ସାଇଟର ସେଟିଙ୍ଗରେ ଆକ୍ସେସ୍ କରାଯିବ । ୟୁଜର୍ସଙ୍କୁ ବାର୍ ଚାର୍ଟସ ଜରିଆରେ ସମ୍ପୁର୍ଣ୍ଣ ବିବରଣୀ ଦିଆଯିବ । ଉଭୟ ଇନଷ୍ଟାଗ୍ରାମ୍ ଏବଂ ଫେସବୁକରେ ଏହି ବିବରଣୀ ପ୍ରଦାନ କରାଯିବ । ଯେଉଁଥିରେ ୟୁଜର୍ସ ଜାଣିପାରିବେ ଯେ ସେ କେତେ ସମୟ ସୋସିଆଲ୍ ସାଇଟରେ ଅପଚୟ କରୁଛନ୍ତି । ଏଥିରେ ଏକ ଟାଇମ୍ ଲିମିଟ୍ ଅପସନ୍ ମଧ୍ୟ ରହିବ । ଏହି ଅପସନରେ ଟାଇମ୍ ଲାଇନ୍ ଦେଲେ ଏହା ଟାଇମ୍ ଶେଷ ହେବା ପରେ ଆପଣଙ୍କୁ ତୁରନ୍ତ ଜଣାଇବ । ଆପଣ ଯଦି ଚାହିଁବେ ଏହି ଅପସନକୁ ହଟାଇ ମଧ୍ୟ ପାରିବେ ।