ଚିନ୍ତା ପ୍ରକଟ କଲା ଫେସବୁକ୍ ! ଗଣତନ୍ତ୍ର ପାଇଁ ବଡ଼ ବିପଦ ହୋଇପାରେ ଇଂଟରନେଟ୍

101

ସୋସିଆଲ ମିଡ଼ିଆ ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ବିନା ଇଂଟରନେଟରେ ଗୋଟିଏ ବି ଦିନ ଅତିବାହିତ କରିବା ଅତି କଷ୍ଟକର ଲାଗୁଛି । ଆମେ ଇଂଟରନେଟ୍ ସହ ଏତେ ଜଡ଼ିତ ଯେ ସବୁ କାମ ଇଂଟରନେଟ୍ ସାହାଯ୍ୟରେ ହିଁ କରୁଛୁ । ଆଜିକାଲି  ସପିଂ ଠାରୁ ଆରମ୍ଭ କରି ପାଠପଢ଼ା, ଟିକେଟ କରିବା ଆଦି ସମସ୍ତ କାମ ଇଂଟରନେଟ୍ ସାହାଯ୍ୟରେ ଅତି ସୁବିଧାରେ ହୋଇପାରୁଛି । ଆପଣମାନେ ବୋଧହୁଏ ଜାଣି ନଥିବେ ସବୁଠାରୁ ଅଧିକ ଇଂଟରନେଟ୍ ବ୍ୟବହାର କରୁଥିବା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସେ ଆମ ଦେଶ ଭାରତ । ଜାଣି ଆଶ୍ଚର୍ୟ୍ୟ ହେବେ ଭାରତୀୟମାନେ ଇଂଟରନେଟ୍ ବ୍ୟବହାର କରିବା ପାଇଁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ନିକଟରେ ସାରା ଦୁନିଆରେ ଏକ ସର୍ବେକ୍ଷଣ କରାଯାଇଥିଲା । ଇଂଟରନେଟ୍ ବିନା ଜୀବନ କଳ୍ପନା କରିପାରୁନଥିବା ଲୋକଙ୍କୁ ନେଇ ଏହି ସର୍ବେକ୍ଷଣରେ ହୋଇଥିଲା । ଏହି ସର୍ବେକ୍ଷଣରେ ସବୁଠାରୁ ଆଗରେ ଅଛି ଭାରତ, ଯେଉଁମାନେ କହନ୍ତି ଇଂଟରନେଟ୍ ବିନା ସେମାନେ ଚଳିପାରିବେ ନାହିଁ ।

ଏବେ ବିଶ୍ୱର ଅଧିକାଂଶ ଲୋକ ସୋସିଆଲ୍ ସୋସିଆଲ ମିଡିଆ ସାଇଟ୍ ଫେସବୁକର ପ୍ରେମରେ ପଡିଯାଇଛନ୍ତି । ଲୋକଙ୍କ ମଧ୍ୟରେ ଏହା ଯେତେ ଗ୍ରହଣୀୟ ହେଉଛି ଫେସବୁକ ସେହି ଅନୁସାରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଫେସବୁକ ପ୍ରତିଦିନ କିଛି ନା କିଛି ନୂଆ ଫିଚର ୟୁଜର ମାନଙ୍କୁ ଭେଟି ଦେଉଛି । ଆଉ ଏଭଳି ନୂଆ ଫିଚର ମଧ୍ୟ ୟୁଜରଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରୁଛି  । ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଟି ଘଟଣାମାନ ଜାଣିବା ଓ ଜଣାଇବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । କହିବାକୁ ଗଲେ, ଗଣମାଧ୍ୟମ ପ୍ରତିନିଧି ଭାବେ ଅନେକ ସମୟରେ ଭଲ ଖବର ଫେସବୁକ, ଟ୍ୱିଟର ଭଳି ସୋସିଆଲ ସାଇଟରୁ ମିଳିଥାଏ ।

ହେଲେ ଧୀରେ ଧୀରେ ଏହାର ଦୁରୁପଯୋଗ କିଛି ଏଭଳି ଘଟିଲାଣି ଯେ, ବଂଚିଥିବା ଲୋକଙ୍କୁ ମାରିଦେବାକୁ ଆମେ ପଛାଉନାହୁଁ । କେଉଁଠୁ ଏକ ଉଡା ଖବର ଶୁଣି ଆମେ ଲୋକଙ୍କୁ ଫେସବୁକରେ ମାରିଦେଉଛୁ, ଆଉ କିଛି ନବୁଝି ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ପଛଉନାହାନ୍ତି । କୋଟି କୋଟି ଲୋକ ବ୍ୟବହାର କରୁଥିବା ଏହି ସୋସିଆଲ ସାଇଟରେ କୈାଣସି ପୋଷ୍ଟ କରିବା ଆଗରୁ ଆମେ ଯଥେଷ୍ଟ ସଚେତନ ରହିବା ସହ ଏହାର ପ୍ରଭାବ କଣ ରହିବ ତାର ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି । ସୋସିଆଲ ମିଡ଼ିଆକୁ ଉତ୍ତମ ଦିଗରେ ବ୍ୟବହାର ନକରି ଲୋକେ ଏହାର ଦୂରପୋଯୋଗ ଅଧିକ କରୁଛନ୍ତି । ଆଉ ଏନେଇ ଫେସବୁକ ଏବେ ସଜାଗ ହୋଇଛି । ତେବେ ଏସବୁ ଘଟଣା ପ୍ରତି ଦୃଷ୍ଟି ଦେଇ ନିୟମିତ ବ୍ୟବଧାନରେ ଅନେକ ପଦକ୍ଷେପ ନେଉଛି ଫେସବୁକ୍ ।

ସୋସିଆଲ ମିଡ଼ିଆ, ଲୋକଙ୍କୁ ନିଜ ଭାବନା ତଥା ବିଚାର ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଉଛି । ତେବେ ଏଥିମଧ୍ୟରେ ଫେସବୁକ୍ କହିଛି ନିଜକୁ ଭାବନାକୁ ବ୍ୟକ୍ତ କରିବା ପାଇଁ ସ୍ୱାଧିୀନତା ଦେଉଥିବା ଇଂଟରନେଟ୍ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିପାରେ । ଫେସବୁକର ଜଣେ ଅଧିକାରୀ କହିଛନ୍ତି, ଇଂଟରନେଟ୍ ଏକ ସଫଳ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇପାରେ । ସୋସିଆଲ ମିଡ଼ିଆର ସମସ୍ତ ସକରାତ୍ମକ ପ୍ରଭାବ ଥିଲେ ମଧ୍ୟ ତା’ର ଅନ୍ୟ ପାର୍ଶ୍ୱକୁ ଆମେ ଅଣଦେଖା କରିପାରିବା ନାହିଁ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି ଆମର କର୍ତ୍ତବ୍ୟ ହେଲା ଆମେ କିପରି ଫେସବୁକର ଭଲ ବ୍ୟବହାର କରିବା ।

ଗତ ଥର ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଋଷ ସମର୍ଥିତଫେସବୁକ ଆକାଉଂଟରୁ ବିଜ୍ଞାପନ ଓ ମିଛ  ଖବର ପ୍ରସାରିତ କରାଯାଇଥିଲା । ଯାହାପରେ ଫେସବୁକର ବିଶ୍ୱସନୀୟତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଲୋକଙ୍କୁ ପ୍ରଭାବିତ କରିବା ପାଥଇଁ ୮୦ ହଜାର ବିଜ୍ଞାପନ ପୋଷ୍ଟ କରାଯାଇଥିଲା । ଏହାକୁ ପାଖାପାଖି ୧୨.୬ କୋଟି ଲୋକ ଦେଖିଥିଲେ । ଆଉ ଏପରି ଘଟଣା ପରେ ଫେସବୁକ ଉପାୟ ବାହର କରିବାରେ ଲାଗିଗଲା । ଭ୍ରମାତ୍ମମ ଖବରକୁ ଫିଲଟର କରିବା ପାଇଁ ଚେଷ୍ଟା କରିଥିଲା ।