ଅଙ୍ଗୁଳିି ଫୁଟାଉଛନ୍ତି କି ? ସାବଧାନ . . . ଗଣ୍ଠି ସମସ୍ୟାରେ ପଡ଼ିପାରନ୍ତି

87

କେତେକ ଲୋକ ଖାଲି ସମୟରେ ଅଙ୍ଗୁଳି ଫୁଟାଇବାକୁ ଭଲ ପାଆନ୍ତି । ଆଉ କିଛି ଲୋକଙ୍କର ଏହା ଏକ ନିତିଦିନ ଅଭ୍ୟାସ । କିନ୍ତୁ ଏହା କେତେଦୂର କ୍ଷତିକାରକ ତାହା ପ୍ରାୟ ବ୍ୟକ୍ତି ଜାଣନ୍ତି ନାହିଁ, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଡାକ୍ତରଙ୍କ କହିବା ଅନୁସାରେ ଅଙ୍ଗୁଳିକୁ ଫୁଟାଇବା ଦ୍ୱାରା ଗଣ୍ଠିରେ ଧୀରେ ଧୀରେ ସମସ୍ୟା ଦେଖାଯାଏ । ଏହା ସହିତ ଏହି ଅଭ୍ୟାସ ଅନ୍ୟ କେତେକ ରୋଗକୁ ମଧ୍ୟ ନିମନ୍ତ୍ରଣ କରିଥାଏ ।

ଏକ ରିପୋର୍ଟ ଅନୁସାରେ ଅଙ୍ଗୁଳି ଫୁଟାଇବା ସମୟରେ ପଡ଼ୁଥିବା ଚାପ ଦ୍ୱାରା ଗଣ୍ଠି ଟାଣି ହୋଇଯାଏ । ଶରୀରର ହାଡ଼ ଲିଗାମେଂଟରେ ଯୋଡ଼ି ହୋଇଥାଏ । ଏହି ଯୋଡ଼ା ମଧ୍ୟରେ କାର୍ବନ ଡାଇ ଅକ୍ସାଇଡ଼ ରହିଥାଏ, ଯାହା ଗ୍ରୀସ ଭଳି କାମ କରେ । ବାରମ୍ବାର ଅଙ୍ଗୁଳି ଫୁଟାଇବା ଦ୍ୱାରା ଏହା ଶେଷ ହୋଇଯାଏ ।

ଗଣ୍ଠିରେ ଚାପ କମ ହେଲେ କାର୍ବନ ଡାଇ ଅକ୍ସାଇଡ ଏହି ଖାଲି ସ୍ଥାନକୁ ପୂରଣ କରିଥାଏ । ଯେଉଁ କାରଣରୁ ଏହି ସ୍ଥାନ ପାଣି ଫୋଟକା ସଦୃଶ ହୋଇଯାଏ । ଏହି କାରଣରୁ ଅଙ୍ଗୁଳି ଫୁଟାଇବା ଦ୍ୱାରା ଶବ୍ଦ ହୋଇଥାଏ । କିନ୍ତୁ ଏହି ଫୋଟକା ଥରେ ଶେଷ ହୋଇଗଲେ ଦ୍ୱିତୀୟ ଥର ତିଆରି ପାଇଁ ୧୫ରୁ ୨୦ ମିନିଟ ସମୟ ନେଇଥାଏ । ଏହି କାରଣରୁ ଦ୍ୱିତୀୟ ଥର ଅଙ୍ଗୁଳି ଫୁଟାଇବା ଦ୍ୱାରା ଶବ୍ଦ ହୋଇ ନଥାଏ । ବାରମ୍ବାର ଏହା କରିବା ଦ୍ୱାରା ଗଣ୍ଠିରେ ସମସ୍ୟା ଦେଖାଯାଏ ଏବଂ କଷ୍ଟ ହୋଇଥାଏ । ଏହା ସହିତ ବିଭିନ୍ନ ଗଣ୍ଠି ରୋଗ ଆରମ୍ଭ ହୁଏ । ତେଣୁ ଏଥିରୁ ନିବୃତ୍ତ ରହିବା ଉଚିତ ।