ରାଜଧାନୀ ହିଟ୍ ଆଣ୍ଡ ରନ୍ ମାମଲାରେ ଟ୍ୱିଷ୍ଟ ! ଗଣମାଧ୍ୟମ ସାମ୍ନାକୁ ଆସିଲେ ପ୍ରତ୍ୟକ୍ଷଦର୍ଶୀ

23

କନକ ବ୍ୟୁରୋ : ରାଜଧାନୀର ହିଟ୍ ଆଣ୍ଡ ରନ୍ ମାମଲାରେ ଟ୍ୱିଷ୍ଟ । ଗଣମାଧ୍ୟମ ସାମ୍ନାକୁ ଆସିଲେ ପ୍ରତ୍ୟକ୍ଷଦର୍ଶୀ । ଗିରଫ ବ୍ୟକ୍ତି ନୁହନ୍ତି ପ୍ରକୃତ ଡ୍ରାଇଭର ଏବଂ ଜଣେ ସୁସ୍ଥ ସବଳ ବ୍ୟକ୍ତି ଗାଡି ଚଲାଉଥିଲେ ବୋଲି ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏପରିକି ଦୁର୍ଘଟଣା ଘଟାଇବା ପରେ ମୁଁ ଗାଡିକୁ ପିଛା କରିଥିଲି । ଆଉ ଗିରଫ ବ୍ୟକ୍ତି ଜଣକ ଗାଡି ଚଳାଉ ନଥିଲେ । ଏପରିକି ଦରକାର ପଡିଲେ ମୁଁ ସାକ୍ଷୀ ଦେବାକୁ ପ୍ରସ୍ତୁତ ଅଛି ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମକୁ କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଏପରି ବୟାନ ପରେ ପୁଲିସର ଗିରଫଦାରୀକୁ ନେଇ ପ୍ରଶ୍ନ ଉଠିଛି ।

ଏହା ସହିତ ଦେଖନ୍ତୁ ପ୍ରତ୍ୟକ୍ଷଦର୍ଶୀ କଣ କହିଛନ୍ତି ଏହି ଭିଡିଓରେ :