ମୋବାଇଲ୍,ଲାପଟପ୍ ଏବଂ କମ୍ପ୍ୟୁଟର ବ୍ୟବହାର କରି ଆଖିରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କିପରି ନେବେ ଆଖିର ଯତ୍ନ ।

129

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି କାମ ପାଇଁ କମ୍ପ୍ୟୁଟର ଉପରେ ନର୍ଭର କରୁଛନ୍ତି । ଆଉ ସେ ଯୁଗ ନାହିଁ, ହାତଗଣି ଅଙ୍କ କଷିବା ବା କୌଣସି ବିଷୟରେ ଜାଣିବାକୁ ଗୁରୁ କିମ୍ବା ଶିକ୍ଷକ, ଶିକ୍ଷୟିତ୍ରୀ ପାଖକୁ ଯାଇ ପ୍ରଶ୍ନର ଉତ୍ତର ଆଣିବା । ଆଧୁନିକ ଜ୍ଞାନକୌଶଳ ଯୋଗୁ ବର୍ତ୍ତମାନ କମୋବାଇଲ, କମ୍ପ୍ୟୁଟର, ଲାପଟପରେ ସବୁ ପ୍ରଶ୍ନ ଉତ୍ତର ପାଇପାଇବାକୁ ସମ୍ଭବ ହେଉଛି । ଯାହାଫଳରେ ନୂତନ ପିଢିର ଯୁବକଯୁବତୀମାନେ ଖାତାପେନ ଛାଡି କମ୍ୟୁଟର ବ୍ୟବହାର କରୁଛନ୍ତି । ତେବେ ଏହା ବି ଜାଣିଥିବେ କମ୍ପ୍ୟୁଟର ପାଖରେ ଅଧିକ ସମୟ ବସିବା ଦ୍ୱାରା ଆଖି କ୍ଳାନ୍ତ ଓ ଲାଲ ପଡିବା ସହ ଦୃଷ୍ଟିଶକ୍ତି କମିଯାଏ । ତେବେ ଆସନ୍ତୁ ଜାଣିବା, ଏହି ସମ୍ୟାରୁ କିପରି ମୁକ୍ତି ପାଇବେ । ସେଥିପାଇଁ ଆମେ କେତେକ ଉପାୟ ସମ୍ବନ୍ଧରେ ଜଣାଉଛୁ ।

ବିରତି ନିଅନ୍ତୁ – କମ୍ପ୍ୟୁଟର ସ୍କ୍ରିନକୁ ବେଶୀ ସମୟ ଚାହିଁରହିଲେ ଆଖି ଉପରେ ବେଶୀ ଚାପ ପଡେ । ତେଣୁ ୨୦-୩୦ ମିନିଟ ବ୍ୟବଧାନରେ କାମରୁ ବିରତି ନିଅନ୍ତୁ । ଅର୍ଥାତ୍ ଆଖିକୁ କମ୍ପ୍ୟୁଟରରୁ ଦୂରେଇ ରଖି ଅନ୍ୟତ୍ର ଦେଖନ୍ତୁ , କିଛି ସମୟ ପାଇଁ ସିଟରୁ ଉଠି ଚାଲବୁଲ କରନ୍ତୁ ।

ପଲକ ପକାଇବା ଜରୁରୀ- ପ୍ରତି ତିନି-ଚାରି ସେକେଣ୍ଡରେ ଆଖି ପଲକ ପକାଇବା ଜରୁରୀ । ଆଖିକୁ ସତେଜ ରଖିବା ଏବଂ ଚାପ କମ୍ କରିବାରେ ଏହା ସୟାୟତା ହୋଇଥାଏ । ଆଖିପତା ପକାଇବା ଦ୍ୱାରା ଏକପ୍ରକାର ତରଳ ପଦାର୍ଥ ସୃଷ୍ଟି ହୋଇ ଆଖିରୁ ସତେଜ ରଖେ । ବହୁସମୟ ପର‌୍ୟ୍ୟନ୍ତ ଅପଲକ ଭାବେ ଚାହିଁରହି କାମ କଲେ ଏହି ତରଳ ପଦାର୍ଥ ଶୁଖିଯାଏ । ଏବଂ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି ।

କର୍ମସ୍ଥଳରେ ଆଲୋକ – ଅଫିସରେ ଯେଉଁଠି କାମ କରିବେ ସେଇଠି ପର‌୍ୟ୍ୟାପ୍ତ ଆଲୋକର ବ୍ୟବସ୍ଥା ହେବା ଦରକାର । ସେଥିପାଇଁ ଏସି ତଳେ ବସନ୍ତୁ ନାହିଁ । ଏହାଦ୍ୱାରା ଆଖିର ଆଦ୍ରତା ହ୍ରାସ ପାଇଥାଏ ।

 

ମାଲିସ କରନ୍ତୁ – ନିଜ ପାପୁଲି ଦୁଇଟିକୁ କିଛିସମୟ ରଗଡି ଏହାକୁ ଆଖି ଉପରେ ରଖିନ୍ତୁ । ଉଷୁମ ପାପୁଲି ଦ୍ୱାରା ଆଖିର ମାଂସପୋୀକୁ ଆରାମ ମିଳିବ । ନଚେତ ନିଜ ଅଙ୍ଗୁଳିକୁ ଆଖିପତା ଏବଂ ମାଂସପେଶୀ ଉପରେ ଗୋଲଗୋଲ ହାଲକା ଭାବେ ମାଲିସ କରନ୍ତୁ । ଏହା ଆଖିକୁ ଆରାମ ଦେବା ସହ ଟେନସନରୁ ମୁକ୍ତି ଦିଏ ।

ଆଂଟଗ୍ଲେୟାର ଚଷମା – କମ୍ପ୍ୟୁଟର ଯୋଗୁ ଆଖି ଉପରେ ପଡୁଥବା ଚାପ କମ କରିବା ଲାଗି ଆଂଟିଗ୍ଲେୟାର ଚଷମା ବ୍ୟବହାର କରନ୍ତୁ ।

ବ୍ରାଇଟନେସ ଠିକ କରନ୍ତୁ- ଆଖି ଉପରେ ଅଧିକ ଚାପ ଅନୁଭବ ହେଉଥିଲେ କମ୍ପ୍ୟୁଟରର ବ୍ରାଇଟନେସ ଏବଂ କଂଟ୍ରାଷ୍ଟ ଆଡଜଷ୍ଟ କରି ଦେଖନ୍ତୁ । ଏହା ଦ୍ୱାରା ଆଖିକୁ ବିଶେଷ ଲାଭ ମିଳିଥାଏ । ତେବେ ବ୍ରାଇଟନେସ ବା ଉଜ୍ଜଳତା ଅତି ଅଧିକ କିମ୍ବା କମ୍ ରହିବା ଭଲ ନୁହେଁ ।

ଆଖି ପରୀକ୍ଷା – ଆଖିରେ କିଛି ସମସ୍ୟା ଦେଖାଯାଉ ନଥିଲେ ବି ବର୍ଷକୁ ଥରେ ଆଖିପରୀକ୍ଷା କରାଇନେବା ଜରୁରୀ । ଏପରି କଲେ କୌଣସି ସମ୍ଭାବ୍ୟ ସମସ୍ୟାର ବି ଚିକିତ୍ସା ହୋଇପାରିବ ।