ଗ୍ରାଜୁଏସନ୍ ସରିବା ପୂର୍ବରୁ ସରିଗଲା ସଂସାର : ହେଲେ ମୃତ୍ୟୁ ପରେ ବି ପାଇଲେ ଜୀବନ

65

କନକ ବ୍ୟୁରୋ : ଗଂଜାମ ଜିଲ୍ଲା କ୍ଷେତ୍ରୀୟ ବ୍ରହ୍ମପୁରର ରଶ୍ମିତା ସ୍ୱାଇଁ । ସରଳ ଝିଅ ମନରେ ସବୁବେଳେ ସ୍ୱେଚ୍ଛାସେବୀ ହେବାର ସ୍ୱପ୍ନ । ତେଣୁ ନିଜ ପାଠ ପଢା ସାଙ୍ଗକୁ କୁନିକୁନି ପିଲାଙ୍କୁ ମାଗଣା ପଢାଉଥିଲେ ଟ୍ୟୁସନ । ବର୍ଷେ ପରେ ସେ ହୋଇଥାନ୍ତେ ଗ୍ରାଜୁଏଟ୍ । ହେଲେ କଲେଜ ଜୀବନ ସରିବା ପୂର୍ବରୁ ସରିଗଲା ଜୀବନର ଯାତ୍ରା । ଝିଅକୁ ହରାଇ ମାଆ ପାଗଳ ପ୍ରାୟ । ରଶ୍ମୀଙ୍କ ଜୀବନର ବତୀ ସିନା ଲିଭି ଯାଇଛି ହେଲେ ସେ କିନ୍ତୁ ଦେଖିବେ ସଂସାରକୁ । କାରଣ ମୃତ୍ୟୁ ପରେ ପରବାର ଲୋକେ ରଶ୍ମୀଙ୍କ ଆଖିକୁ ଦାନ କରିଦେଇଛନ୍ତି ।

ଗଲା ୧୭ ତାରିଖରେ ସମ୍ ହସ୍ପିଟାଲରେ ଲାଗିଲା ନିଆଁ । ସେଦିନ ହିଁ ରଶ୍ମୀ ଭର୍ତି ହୋଇଥିଲେ ନିଜ ଚିକିତ୍ସା ପାଇଁ । ନିଆଁ ଓ ଧୂଆଁରୁ ସମସ୍ତେ ନିଜକୁ ବଂଚାଇବାକୁ ଧାଇଁଲେ । କେହି ବୁଝିଲେନି ରଶ୍ମୀଙ୍କ କଥା । ଶେଷରେ ନିଜ ପରିବାର ଲୋକଙ୍କ ସହାୟତାରେ ରଶ୍ମୀ ଆସିଲେ ଘରକୁ । ୨ଦିନ ପରେ ସ୍ୱାସ୍ୟବସ୍ଥା ଆହୁରି ବିଗିଡି ଗଲା । ଭର୍ତି ହେଲେ କ୍ୟାପିଟାଲ୍ ହସ୍ପିଟାଲରେ । ହେଲେ ସେତେବେଳକୁ ଅନେକ ବିଳମ୍ବ ହୋଇ ସାରିଥିଲା । ଆଉ ୨୧ ତାରିଖ ଦିନ ରଶ୍ମୀ ଆଖି ବୁଜିଦେଲେ ସବୁଦିନ ପାଇଁ ।

ନିଆଁ ,ଧୂଆଁ ,ଭୟ ଓ ଆତଙ୍କ । ସମର ଅଶୁଭ ସୋମବାର କାହା ଠାରୁ କଣ ଛଡାଇ ନେଇଛି । ହେଲେ ରଶ୍ମୀ କିନ୍ତୁ ହାରି ଯାଇ ବି ଜିତି ଯାଇଛନ୍ତି । କାରଣ ମୃତ୍ୟୁ ପରେ ସେ ପାଇଛନ୍ତି ଜୀବନ ଦୁନିଆକୁ ଦେଖିବାକୁ ।

ଦେଖନ୍ତୁ ଏହି ଭିଡିଓ –