ଏସସିବିରେ ଡେଂଟିଷ୍ଟ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚାରଣ ମାମଲା: ଛାତ୍ରୀ ନିବାସରେ ପୀଡିତାଙ୍କ ବୟାନ ରେକର୍ଡ କଲା ପୁଲିସ

29

କନକ ବ୍ୟୁରୋ: କଟକ ବଡ ମେଡିକାଲରୁ ଆସିଛି ସଂଗୀନ ଅଭିଯୋଗ । ଜଣେ ଡାକ୍ତରୀ ଛାତ୍ରୀ ସିନିଅର୍ ଡାକ୍ତରଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ ।

ଡେଂଟାଲ ବିଭାଗର ଜଣେ ଛାତ୍ରୀ ଆସୋସିଏଟ୍ ପ୍ରଫେସର ଏବଂ ସିନିଅର୍ ରେସିଡେଂଟ୍ ଡକ୍ଟରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ଏପରିକି ବିଭାଗୀୟ ମୁଖ୍ୟଙ୍କ ନାଁରେ ମଧ୍ୟ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ଛାତ୍ରୀ ।

ତେବେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତନାଘନା ଜାରି ରଖିଛି । ପୋଲିସ, ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଧାରା ୩୫୪, ୩୫୪-ଏ, ୨୯୪ ଏବଂ ୫୦୬-ଏ’ରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେବା ସହିତ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି । ଛାତ୍ରୀ ନିବାସକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ।