ଖୁବଶୀଘ୍ର ବଜାରକୁ ଆସିବ “ଏକ୍ସଟ୍ରିମ୍ କଟ୍ ଆଉଟ୍ ଜିନ୍ସ” ! ସୋସିଆଲ୍ ମିଡିଆରେ ଜିନ୍ସକୁ ଦେଖି ଖୁବ୍ ହସିଲେ ଲୋକ ।

40
ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ଟ୍ରେଣ୍ଡର ଜିନ୍ସ ଏବେ ଉପଲବ୍ଧ । ଟ୍ରାଉଜର ଠାରୁ ଆରମ୍ଭ କରି ଜେଗିନ୍ସ,କାର୍ଗୋ,ରିପଡ୍ ଜିନ୍ସ ଆଦି ବିଭିନ୍ନ ଫ୍ୟାସନର ଜିନ୍ସ ବଜାରରେ ମିଳୁଛି । କିନ୍ତୁ ଏବେ ବଜାରକୁ ଆଉ ଏକ ଫ୍ୟାସନର ଜିନ୍ସ ଆସିଯାଇଛି । ଏହି ଜିନ୍ସକୁ ଲସ୍ ଏଞ୍ଜେଲସର ଜଣେ ଡିଜାଇନର୍ କାରମାର୍ ଡେନିମ୍ ଜିନ୍ସକୁ ଏକ ଅଲଗା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି । ଏହି ଜିନ୍ସର ନାଁ ଏକ୍ସଟ୍ରିମ୍ କଟ୍ ଆଉଟ୍ ଜିନ୍ସ । ଏହି ଜିନ୍ସର ଅର୍ଦ୍ଧେକ ସ୍ଥାନ କଟା ଯାଇଛି । ପ୍ରଥମେ ଆସିଥିଲା ରିପଡ୍ ଜିନ୍ସ ଯେଉଁଥିରେ ଠାଏଁ ଠାଏଁ ସ୍ଥାନରେ କଣା ହେବା ସହ ସୂତା ବାହାରିବା ଭଳି ଦେଖାଯାଇଥିଲା । କିନ୍ତୁ ଏବେ ଯେଉଁ ଜିନ୍ସ ମାର୍କେଟକୁ ଆସିଛି ତାହା ସମ୍ପୁର୍ଣ୍ଣ ରୂପରେ ଫାଟିଥିବାର ଆପଣ ଦେଖିବାକୁ ପାଉଥିବେ । ଯଦି ଆପଣ ଭାବୁଥାନ୍ତି ଯେ ଏହି ଜିନ୍ସର ଦାମ୍ ଖୁବ୍ କମ୍ ଥିବ ତେବେ ଆମେ ଆପଣଙ୍କୁ ଆପଣଙ୍କର ଭ୍ରମ କହିବୁ । ଏହି ଜିନ୍ସର ଦାମ୍ ୧୨,୦୦୦ ଆରମ୍ଭ ହୋଇ ୨୦,୦୦୦ ଟଙ୍କା ରହିଛି । ଏହି ଜିନ୍ସକୁ ନେଇ ସୋସିଆଲ୍ ମିଡିଆରେ ଲୋକ ଏହାର ଖୁବ୍ ମଜା ଉଡାଉଛନ୍ତି । କେହି କେହି କହୁଛନ୍ତି, “ଯାହା ହେଉ ଜିନ୍ସରେ ପକେଟ୍ ତ ଅଛି ।”