ଜୁନିୟର ଗମାଙ୍ଗଙ୍କୁ ଧୋକ୍କା ! ବୟ ଫ୍ରେଣ୍ଡ୍ ସହ ମାତିଛନ୍ତିି ପତ୍ନୀ ମୋନିକା

33

ଭୁବନେଶ୍ୱର ବୁରୋ, କନକ ନ୍ୟୁଜ୍ : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଆଣିଛନ୍ତି ନିଜ ସ୍ତ୍ରୀ ବିରୋଧରେ ପରକୀୟା ସଂପର୍କର ଅଭିଯୋଗ । ଏକ ସାମ୍ବାଦିକ ସମ୍ମିଳନୀ କରି ପତ୍ନୀ ମୋନିକାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଶିଶିର ଗମାଙ୍ଗ । ପତ୍ନୀ ମୋନିକାଙ୍କ ବୟ ଫ୍ରେଣ୍ଡ ରହିଛି । ଗୌରବ ଭରାରାଙ୍କ ସହ ସେ ୨୦୧୧ରୁ ଅନୈତିକ ସଂପର୍କରେ ମାତିଛନ୍ତି । ଷଡ ଯନ୍ତ୍ରର ଜାଲ ବିଛାଇ ତାଙ୍କୁ ପ୍ରତାରଣା କରି କୋଟି କୋଟି ଟଙ୍କା ଓ ସୁନା ଲୁଟି ନେଇଛନ୍ତି।

କେବଳ ସେତିକି ନୁହେଁ ପରକୀୟା ପ୍ରୀତିରେ ମାତି ନିଜ ନାବାଳକ ପୁଅକୁ ବି ମାରଧର କରୁଥିଲେ ମୋନିକା। ଅନେକ ସମୟରେ ମୋନିକାଙ୍କ ବୟଫ୍ରେଣ୍ଡ ମଧ୍ୟ ପୁଅକୁ ମାରିଛନ୍ତି । ମାନସିକ ଓ ଶାରିରୀକ ନିର୍ଯାତନା ମଧ୍ୟ ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଶିଶିର ଗମାଙ୍ଗ।

ଉତରାଖଣ୍ଡ ନୈନିତାଲର ମୋନିକାଙ୍କୁ ୨୦୦୩ରେ ବିବାହ କରିଥିଲେ ଶିଶିର ଗମାଙ୍ଗ । ଦିଲ୍ଲୀରେ ରହୁଥିଲେ ମୋନିକାଙ୍କ ପରିବାର । ତେବେ ଭୁବନେଶ୍ୱରରେ ଆଦିବାସୀ ରୀତିରେ ମୋନିକାଙ୍କ ହାତ ଧରିଥିଲେ ସେ। ୨୦୦୯ ବେଳକୁ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥିଲାା  ପ୍ରେମରେ ଲାଗିଲା ନିଆଁ । ଆଉ ୨୦୧୩ରେ ଉଭୟଙ୍କ ସହମତିରେ ବିବାହ ବିଚ୍ଛେଦ ବି ହେଲା।

ହେଲେ ଏ ମନ ଫଟାଫଟି ବହୁଦିନ ରହି ନଥିଲା ୨୦୧୪ରେ ନିଜ ଭୂଲକୁ ବୁଝି ପାରି ଉଭେୟେ ନିଷ୍ପତି ନେଇଥିଲେ ପୁନଃ ବିବାହ କରିବାକୁ । ଏକାଠି ହୋଇଥିଲେ ମୋନିକା ଓ ଶିଶିର । ହେଲେ ଏହାଥିଲା ସଂପତି ହଡପର ଷଡଯନ୍ତ୍ର । କାରଣ ଏହି ବିବାଦର ସମୟ ଭିତରେ ଗୌରବଙ୍କ ସହ ନିବିଡ ହୋଇସାରିଥିଲେ ମୋନିକା। ୨୦୧୪ ଡିସେମ୍ବର ବେଳକୁ ପତ୍ନୀଙ୍କ ପ୍ରତାରଣା ସଂପର୍କରେ ଜାଣିବାକୁ ପାଇଲେ ଶିଶିର । କିନ୍ତୁ ପୁଅର ସୁରକ୍ଷା ଓ ଲୋକଲଜ୍ଜା ଭୟରେ ଚୁପ ରହିବାକୁ ବାଧ୍ୟ ହୋଇଥିଲେ । ହେଲେ ପୁଅ ଅସୁରକ୍ଷିତ ହୋଇଯିବା ପରେ ଏବେ ଶିଶିର ଆସିଛନ୍ତି ଥାନାକୁ।