ପରକିୟା ପ୍ରୀତିର କରୁଣ ପରିଣତି: ସ୍ତ୍ରୀ ସହ ଅନୈତିକ ସଂପର୍କ ସନ୍ଦେହ କରି ଯୁବକଙ୍କୁ କଟୁରୀରେ ହାଣି ହତ୍ୟା କଲା ସ୍ୱାମୀ

ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

258

କନକ ବ୍ୟୁରୋ: ପରକ୍ରିୟା ପ୍ରୀତିର କରୁଣ ପରିଣତି । ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ କଟୁରୀରେ ହାଣୀ ହତ୍ୟା କରିି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ।

ସୁଚନା ମୁତାବକ ଆଜି ସକାଳେ ଅଭିଯୁକ୍ତ ଠାକୁର ମାର୍ଣ୍ଡି ମୋରଡ଼ା ଥାନାରେ ପହଂଚି ଗତକାଲି ରାତିରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲ ମଝିରେ ପକେଇଦେବା କଥା କହିଥିଲା । ପୋଲିସ ଏ କଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଅଭିଯୁକ୍ତକୁ ଅଟକ ରଖି ଘଟଣାସ୍ଥଳରେ ପହଂଚି ଜଣେ ଅଚିହ୍ଣା ଯୁବକର ମୃତଦେହ ଉଦ୍ଦାର କରିବା ସହ ତଦନ୍ତ ଜାରି ରଖିଛି ।

ତେବେ ହତ୍ୟାକାଣ୍ଡର କାରଣ ଅଭିଯୁକ୍ତ ଠାକୁର ପୋଲିସ୍ ପାଖରେ ପ୍ରକାଶ କରିନଥିଲେ ସୁଦ୍ଧା ପ୍ରାଥ୍ୟମିକ ତଦନ୍ତରୁ ଏହା ଏକ ପରକ୍ରିୟା ପ୍ରୀତିର ପରିଣତି ବୋଲି ପୁଲିସ ସନ୍ଦେହ କରିଛି । ଘଟଣାସ୍ଥଳରୁ ଏକ କଟୁରୀ ଜବତ କରିବା ସହ ମୃତ ଯୁବକର ସ୍କୁଟିକୁ ମଧ୍ୟ ଜବଦ କରିଛି ମୋରଡା ପୁଲିସ । ମୃତକଙ୍କର ସଠିକ୍ ପରିଚୟ ମିଳିପାରିନଥିବା ବେଳେ ଗାଡିର ନମ୍ବର ଆଧାରରେ ପରିଚୟ ପାଇବାକୁ ପୁଲିସ ତଦନ୍ତ ଜାରି ରଖିଛି ।