ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ ଟ୍ରେନ : ହରିଦାସପୁର ଷ୍ଟେସନ ପାଖରେ ରେଳଲାଇନ ପାର ହେବା ବେଳେ ମଝି ଟ୍ରାକରେ ଅଟକିଲା ଜେସିବି, ଦୁର୍ଘଟଣାରେ ଜେସିବି ଚୁରମାର, ୪ ଆହତ

33

କନକ ବ୍ୟୁରୋ : ଜେସିବିକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ଯାଜପୁର ହରିଦାସପୁର ଷ୍ଟେସନ ପାଖରେ ଲେବଲ କ୍ରସିଂ ନିକଟରେ ଟ୍ରେନ ଦୁର୍ଘଟଣା ହୋଇଛି । ରେଳ ଲାଇନ ପାର ହେଉଥିବା ବେଳେ ଜେସିବିରୁ ତେଲ ସରିଯାଇଥିଲା । ଫଳରେ ଟ୍ରେନ ଆସୁଥିବା ଦେଖି ମଝି ଟ୍ରାକରେ ଜେସିବିକୁ ଛାଡିଯାଇଥିଲା ଡ୍ରାଇଭର । ଅନ୍ତୋଦୟ ଏକ୍ସପ୍ରେସ ଜେସିବିକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ ଟ୍ରେନ । ଟ୍ରେନ ଧକ୍କାରେ ଜେସିବିଟି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଟ୍ରେନ ଅଟକି ରହିଛି ।