ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ନେଟୱାର୍କର ପର୍ଦ୍ଦାଫାଶ : ଓଡିଶାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ବସ୍ତର ପୁଲିସ

15

ଛତିଶଗଡ : ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଏକ ନେଟୱାର୍କର ପର୍ଦ୍ଦାଫାଶ କରିଛି ଛତିଶଗଡ ବସ୍ତର ପୁଲିସ । ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ୨ ଅଭିଯୁକ୍ତଙ୍କୁ ବସ୍ତର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ କୋରାପୁଟ ହାଣ୍ଡିଆ ଗାଁର ନିରଂଜନ ଦାସ ଓ ଜୟପୁରର ଦୁର୍ଜତୀ ମହାକୁଡ ବୋଲି ଜଣାପଡିଛି । ଧନପୁଂଜି ରେଳ ଷ୍ଟେସନରେ ବିପୁଳ ପରିମାଣରେ ବିସ୍ଫୋରକ ଧରି ୨ ଜଣ କାହାରିକୁ ଅପେକ୍ଷା କରିଥିବା ବେଳେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ପୁଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୧୨୫୦ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୩ ବଣ୍ଡଲ ତାର ଜବତ ହୋଇଛି । ୨ ଅଭିଯୁକ୍ତ ଗତ କିଛି ବର୍ଷ ଧରି ତୁଳସୀ ପାହାଡ ଓ ଚାନ୍ଦାମେଟା ଅଂଚଳରେ ସକ୍ରିୟ ଥିବା ଦରଭା ଡିଭିଜିନାଲ କମିଟି ମୁଖ୍ୟ ବିନୋଦ କଶ୍ୟପଙ୍କୁ ବିସ୍ଫୋରକ ଯୋଗାଉଥିବା ପୁଲିସ କହିଛି ।