ବାରୁଦ ଗୋଦାମରୁ ବିସ୍ଫୋରକ ଲୁଟ୍ : ୨୦ରୁ ୩୦ ଜଣ ଦୁର୍ବୃତ୍ତ ବଲାଙ୍ଗୀର ଡୁଙ୍ଗୁରିପାଲି ବାରୁଦ ଗୋଦାମରେ ପଶି ସିସିଟିଭି ଭାଙ୍ଗି ଲୁଟିଲେ

20

କନକ ବ୍ୟୁରୋ : ବାରୁଦ ଗୋଦାମରୁ ବିସ୍ଫୋରକ ଲୁଟ୍ । ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଡୁଙ୍ଗୁରିପାଲି ଗାଁରେ ଥିବା ଏକ ବାରୁଦ ଗୋଦାମରୁ ବିପୁଳ ମାତ୍ରାରେ ବିସ୍ଫୋରକ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୨୦ରୁ ୩୦ଜଣ ଗୋଦାମରେ ପଶି ଏକ ଟ୍ରକରେ ଥିବା ବିସ୍ଫୋରକ ଲୁଟି ନେଇଛନ୍ତି । ଲୁଟେରାମାନେ ଗୋଦାମରେ ଲାଗିଥିବା ସିସିଟିଭି ଭାଙ୍ଗି ଦେଇଛନ୍ତି । ତେଣୁ କେତେ ପରିମାଣରେ ସାମଗ୍ରୀ ଚୋରି ଯାଇଛି ତାହା ଜଣାପଡିନାହିଁ । ଏବଂ ଏହି ଚୋରି ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ପହଁଚି ବେଲପଡା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଲୁଟ୍ ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ ମଧ୍ୟ କରାଯାଉଛି ।