ଚୀନ ବିସ୍ଫୋରଣରେ ୨୨ ମୃତ, ୨୨ ଆହତ : ନିଆଁରେ ଜଳିଗଲା ୫୦ ଗାଡି

ଚୀନରେ ବିସ୍ଫୋରଣ : ୨୨ ମୃତ

166

କନକ ବ୍ୟୁରୋ : ବୁଧବାର ପ୍ରତ୍ୟୁଷରେ ଉତ୍ତର ଚୀନର ହେବେଇ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଜିଆକୌ ସହରରେ ଥିବା ଏକ ରାସାୟନିକ କାରଖାନା ନିକଟରେ ବିସ୍ଫୋରଣ ଘଟିବା ଯୋଗୁଁ ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବା କଥା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ସ୍ଥାନୀୟ ସମୟ ରାତି ୧୨ଟା ୪୦ ସମୟରେ ହେବେଇ ସେଙ୍ଘୁଆ କେମିକାଲ୍ ଇଣ୍ଡଷ୍ଟ୍ରି କୋ. ଲିମିଟେଡ୍ ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ଘଟିଥିବା ଅଗ୍ନିକାଣ୍ଡରେ ୩୮ଟି ଟ୍ରକ୍ ଏବଂ ୧୨ଟି ଅନ୍ୟ ଗାଡ଼ି ପୋଡ଼ି ଯାଇଥିବା କଥା ଜଣାପଡ଼ିଛି। ଦମକଳବାହିନୀ ଘଟଣାସ୍ଥଳରେ କାର୍ଯ୍ୟରତ ଥିବାରୁ ପୋଡ଼ି ଅଙ୍ଗାର ହୋଇଯାଇଥିବା ଟ୍ରକ୍ ଆଦି ଗାଡ଼ିର ଅଂଶ ବିଶେଷ ସବୁ ରାସ୍ତାର ଏଣେ ତେଣେ ପଡ଼ିଛି।

 

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟଣାସ୍ଥଳରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିବା ସହ ଘଟନାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଚୀନ୍ ପ୍ରଚାର ବିଭାଗ କହିଛି। ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା ଜାରି ରଖାଯାଇଛି । ରାତିରେ ହଠାତ ବୋମା ବିସ୍ଫୋରଣ ହୋଇଥିବାରୁ ୨୨ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏହି ବିସ୍ଫୋରଣରେ ସାମିଲ ତାହାର ସୂଚନା ମିଳିନାହିଁ । ବର୍ତମାନ ସମୟରେ ବି ଘଟଣା ସ୍ଥଳରେ ଲୋକମାନଙ୍କ ଭିଡ ଜମିରହିଛି ।