ଶିଶୁଙ୍କ ଜୀବନ ସହ ଖେଳ ! ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାରୀ ସାଲାଇନ

27

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁଙ୍କ ଜୀବନ ସହ ଖେଳ । ଡାକ୍ତରଖାନାରେ ଆଡମିଟ ହୋଇଥିବା ଶିଶୁଙ୍କୁ ଦିଆଯାଉଛି ଏକ୍ସପାରୀ ସାଲାଇନ । ୨୦୧୭ ନଭେମ୍ବରର ଏକ୍ସପାରୀ ସାଲାଇନ ଦିଆଯାଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମିଳିଥିବା ସୂଚନା ମୁତାବକ, ବଲାଙ୍ଗିର ଗାନ୍ଧିନଗର ପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ଝିଅକୁ ଜ୍ୱର ହେଉଥିବାରୁ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ତାଙ୍କ ଝିଅକୁ ସାଲାଇନ ଲଗାଯାଇଥିଲା । ଅଚ୍ୟୁତାନନ୍ଦ ସାଲାଇନ ବୋତଲର ଏକ୍ସପାରୀ ଡେଟ୍ ଦେଖିବାରୁ ଜଣାପଡିଥିଲା ଯେ, ତାହା ନଭେମ୍ବର ୨୦୧୭ରୁ ଏକ୍ସପାରୀ ହୋଇସାରିଛି । ଏହା ପରେ ଅନ୍ୟ ରୋଗୀ ମାନଙ୍କର ସାଲାଇନ ବୋତଲ ଯାଞ୍ଚ କରାଯାଇଥିଲା ।

ଆଉ ତିନି ଜଣ ଶିଶୁ ରୋଗୀଙ୍କୁ ଏକ୍ସପାୟରୀ ସାଲାଇନ ଦିଆଯାଇଥିବା ଜଣାପଡିଥିଲା । ସଙ୍ଗେ ସଙ୍ଗେ ଏ ସଂର୍ପକରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିବାରୁ, ସେ ପରୀକ୍ଷା କରି ସାଲାଇନ ଗୁଡିକୁ ହଟାଇ ଦେଇଥିଲେ । ତେବେ ଏ ଘଟଣାକୁ ନେଇ ରୋଗୀଙ୍କ ସଂର୍ପକୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।