ଗଂଜାମ : ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଇରୀ ଇଂଜେକ୍ସନ! ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ତହସିଲଦାରଙ୍କ ଚଢାଉ

29

କନକ ବ୍ୟୁରୋ : ଡାକ୍ତରଖାନାରେ ରୋଗୀଙ୍କୁ ଏକ୍ସପାଇରୀ ଇଂଜେକ୍ସନ ଦିଆଯାଇଥିବା ନେଇ ଖବର ପାଇ ଚଢାଉ ଉପଜିଲ୍ଲାପାଳ ନିର୍ଦେଶ କ୍ରମେ ଗଂଜାମ ଜିଲ୍ଲା ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚଢାଉ କରିଥିଲେ ତହସିଲଦାର ଦିପ୍ତିରାଣୀ ଦାସ । ଏହି ଚଢାଉ ସମୟରେ ଡାକ୍ତରଖାନାରେ ଥିବା ଏକ୍ସପାଇରୀ ଇଂଜେକ୍ସନ ଓ ଔଷଧ ନେଇ ଛାନଭିନ୍ କରିଥିଲେ ତହସିଲଦାର ।

ସୂଚନା ଅନୁସାରେ , ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଇରୀ ଇଂଜେକ୍ସନ ଥିବା ଖବର ପାଇଁ ସବକଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦିପ୍ତିରାଣୀ ଦାଶ ଚଢାଉ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରୁ ଉକ୍ତ ଏକ୍ସପାଇରୀ ଔଷଧ ଓ ଇଂଜେକ୍ସନ ଗୁଡିଲକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକାଶ ଯେ, ଗତ ୧୪ ତାରିଖ ଦିନ ପୋଲସରା ଅଂଚଳର ପି. ମଂଜୁଳା ପାତ୍ର ଅସୁସ୍ଥତା ହେତୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଡାକ୍ତର ରବି ନାରାୟଣ ଦାଶ ତାଙ୍କୁ ଚିକିତ୍ସା କରି ଔଷଧ ଲେଖିଥିଲେ । ମଂଜୁଳାଙ୍କୁ ଇଂଜେକ୍ସନ ଦିଆଯାଇଥିିବା ଯାଗାରେ ଏର୍ଲାଜିକ୍ ହୋଇଥିବାରୁ ପୁଅ ସ୍ୱପ୍ନେଶ୍ୱର ପାତ୍ର ଡାକ୍ତରଙ୍କ ପରାମର୍ଶ କରିଥିଲେ ଏବଂ ଷ୍ଟାଫ୍ ନର୍ସଙ୍କ ପ୍ରକୋଷ୍ଠକୁ ଯାଇ ଦେଖିବା ବେଳକୁ ଆଣ୍ଡ୍ରଲିନ୍ ଇଂଜେକ୍ସନ ଥିବା ଦେଖିଥିଲେ । ଏହାକୁ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ଏସଂପର୍କରେ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଅନୁସନ୍ଧାନ ପାଇଁ ଆରଡିସି ଛତ୍ରପୁର ସବକଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସବକଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ତହସିଲଦାର ଦିପ୍ତିରାଣୀ ଦାଶ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲେ । ସେଠାରେ ଏକ୍ସପାଇରୀ ଔଷଧ ଥିବା ଦେଖିଥିଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ସେଗୁଡିକକୁ ସେଠାରୁ ହଟାଇଦିଆଯାଇଥିଲା । ଔଷଧ ମହଜୁଦ ଥିବା ଖାତା ପତ୍ର ଯାଂଚ ବେଳେ ତାଳମେଳ ନଥିବା ଜାଣିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରଗସ୍ ଇନସପେକ୍ଟର ଧର୍ମଦେବ ପୁହାଣ ପହଁଚି ଔଷଧ ମହଜୁଦ ତିବା ଗୋଦାମକୁ ଯାଇତିଲେ । ସେଠାରେ ସାଲାଇନ୍, ଇଂଜକ୍ସନ ଓ ଅନ୍ୟାନ୍ୟ ଔଷଧ ଆଦିକୁ ଯାଂଚ କରିଥିଲେ ।