ନୀଳଚକ୍ରରେ ଲାଗିଥିବା ପତିତପାବନକୁ ବଜ୍ରପାତ ବିପଦ ! ଆସନ୍ତାକାଲି ବଡଦେଉଳର ନୀଳଚକ୍ରର ହେବ ଯାଞ୍ଚ

60

କନକ ବ୍ୟୁରୋ : ଯାଂଚ ହେବ ଶ୍ରୀମନ୍ଦିରର ନୀଳଚକ୍ର । ଆସନ୍ତାକାଲି ବଡ ଠାକୁରଙ୍କ ବଡଦେଉଳର ନୀଳଚକ୍ରର ଯାଂଚ କରାଯିବ । ଏଥିପାଇଁ ପୁରୀରେ ପହଂଚିଛନ୍ତି କୋର କମିଟିର ୫ ଜଣିଆ ବିଶେଷଜ୍ଞ ଟିମ୍ । କୋର କମିଟି ଟିମ୍ ଆଜି ପୁରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହାପରେ ଟିମର ସଦସ୍ୟମାନେ ଗର୍ଭଗୃହକୁ ଯାଇ ଜଗମୋହନ, ନାଟ୍ୟମଣ୍ଡପର ଯାଂଚ କରିଛନ୍ତି । ଆସନ୍ତାକାଲି ନୀଳଚକ୍ର ଓ ଦଧିନଉତିର ଯାଂଚ କରିବେ ଅନୁଧ୍ୟାନକାରୀ ଟିମ୍ ।

ବଡଦେଉଳରେ ଭାରବନ୍ଧା କାମ ଚାଲିଥିବା ବେଳେ ନୀଳଚକ୍ର ଆର୍ଥିଂଙ୍କୁ ନେଇ ବିବାଦ ଉଠିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଅନେକ ସମୟରେ ବଜ୍ରପାତ ଯୋଗୁଁ ନୀଳଚକ୍ରରେ ଥିବା ପତିତପାବନ ପୋଡ଼ିଯାଉଛି । ତେଣୁ ଏହାର ସବିଶେଷ ଅନୁଧ୍ୟାନ ହେବା ଦରକାର । ପୁର୍ବରୁ ନୀଳଚକ୍ରରେ ଥିବା ଆର୍ଥିଂ ଗୁଡ଼ିକୁ ଏଏସଆଇ ପକ୍ଷରୁ କଢାଯାଇ ନୁତନ ଆର୍ଥିଂ ଲଗାଯାଇଛି । ଆର୍ଥିଂ କାମ କରୁଛି କି ନାହିଁ ତହାର ପରୀକ୍ଷା ପାଇଁ କୋର କମିଟି ପକ୍ଷରୁ ଯାଂଚ କରାଯାଉଛି ।