ପ୍ଲାଷ୍ଟିକ ନେଇ ଆସିଲା ସାଙ୍ଘାତିକ ତଥ୍ୟ ! ପ୍ରତିଦିନ ୯ ପ୍ରକାର ପ୍ଲାଷ୍ଟିକ ଖାଉଛନ୍ତି ମନୁଷ୍ୟ, ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଲିଭର୍ ।
ପ୍ଲାଷ୍ଟିକକୁ ନେଇ ଆସିଲା ଭିନ୍ନ ତଥ୍ୟ ! ପ୍ରତିଦିନ ମନୁଷ୍ୟ ବ୍ୟବହାର କରୁଥିବା ଖାଦ୍ୟ ପେୟ ଏବଂ ଅନ୍ୟାନ୍ୟ ବସ୍ତୁରୁ ଶରୀର ଭିତରକୁ ପ୍ରାୟ ୯ ପ୍ରକାରର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି । ଏହା ମଧ୍ୟରୁ କିଛି କଣିକା ମଳ ତ୍ୟାଗ ବେଳେ ବାହାଯାଇଥାଏ । କିନ୍ତୁ କିଛି ଏପରି କଣିକା ରହିଛି ଯାହା ଶରୀର ଭିତରୁ ନବାହାରି ତାହା ରକ୍ତରେ ମିଶିଯାଇ ରକ୍ତରେ ପ୍ରବାହିତ ହୋଇଥାଏ । ଗତ କିଛି ଦିନ ତଳେ ଏହା ଉପରେ ବୈଜ୍ଞାନିକମାନେ ପରୀକ୍ଷା କରି ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ପରୀକ୍ଷାରେ ସାମିଲ ହୋଇଥିବା କିଛି ଲୋକଙ୍କ ପେଟରୁ କେଶ ଠାରୁ ବି ତିନିଗୁଣା ଛୋଟ ଛୋଟ ପ୍ଲାଷ୍ଟିକ କଣିକା ମିଳିଥିବାର ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମେଡିକାଲ ୟୁନିଭରସିଟି ଅଫ୍ ଭିଏନା ଏବଂ ଏନଭାରମେଣ୍ଟ ଏଜେନ୍ସି ଅଫ ଅଷ୍ଟ୍ରିଆର ବିଶେଷଜ୍ଞମାନେ କରିଥିବା ଏକ ଗବେଷଣାରେ ବିଶେଷଜ୍ଞମାନେ ବ୍ରିଟେନ, ଇଟାଲୀ, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ଋଷ ଏବଂ ଅଷ୍ଟ୍ରିଆର ୮ ଜଣ ସାଖାହାରି ଏବଂ ମାଂସାହାରି ଲୋକଙ୍କୁ ନେଇ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ସମସ୍ତଙ୍କ ଶରୀରରୁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ କଣ ବାହାରିଥିଲା ।
ପ୍ଲାଷ୍ଟିକ କାରଣରୁ ବାୟୁ ଏବଂ ଜଳ ଉଭୟ ପ୍ରଦୁଷଣ ହେବାକୁ ଲାଗିଛି । ସାଧାରଣତଃ ୱାସିଂ ମେସିନରେ ଗୋଟେ ଥର କପଡା ଧୋଇବା ଫଳରେ ପାଖା ପାଖି ସାତ ଲକ୍ଷ ପ୍ଲାଷ୍ଟିକ ଫାଇବର କଣିକା ପରିବେଶରେ ମିଶିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ଲାଷ୍ଟିକ ପାଣି ବୋତଲ , ଖାଇବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପ୍ଲେଟ, ଖାଦ୍ୟ ରଖାଯାଉଥିବା ପ୍ଲାଷ୍ଟିକ ଡବା ଏବଂ ମାଛ ସାହାଯ୍ୟରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ କଣିକା ମନୁଷ୍ୟ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏଥିସହିତ ଧୁଳି ଏବଂ ସିନ୍ଥେଟିକ କପଡାରେ ଥିବା ପ୍ଲାଷ୍ଟିକ କଣିକା ନିଶ୍ୱାସ ପ୍ରଶ୍ୱାସ ସାହାଯ୍ୟରେ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଯାହା ଫଳରେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସହ ଲିଭର ଉପରେ ମଧ୍ୟ ଅଧିକ ପ୍ରଭାବ ପଡିଥାଏ ।