ପଞ୍ଚତାରକା ହୋଟେଲ ଭଳି ରୂପ ନେଇଛି ରେଲୱେ ଷ୍ଟେସନ୍ ! ଟ୍ୱିଟ୍ କରି ଫଟୋ ସେୟାର କଲେ ରେଳମନ୍ତ୍ରୀ ।

301

ଆଧୁନିକ ରୂପ ନେଇଛି ରେଲୱେ ଷ୍ଟେସନ୍ ।  ରେଳ ଷ୍ଟେସନ୍ ଗୁଡ଼ିକ ଆଧୁନିକ ରୂପ ଦେବା ପାଇଁ ମୋଦି ସରକାର ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ତିରୁପତି ଷ୍ଟେସନର ଚାରିଟି ଫଟୋ ଟୁଇଟ କରିଛନ୍ତି। ରେଳମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଏହା ରେଲେଓ୍ଵ ଷ୍ଟେସନ୍ ନା ଫାଇଭ୍ ଷ୍ଟାର ହୋଟେଲ। ଆନ୍ଧ୍ରପ୍ରଦେଶର ବାଲାଜି ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ‘ଅତିଥି’ ଭାବେ ଏହା ଏକ ସରପ୍ରାଇଜ୍ ଅଟେ। ତିରୁପତି ଷ୍ଟେସନରେ ଖୁବ୍ ଶୀଘ୍ର ଏହି ପ୍ରିମିୟମ ଲାଉଞ୍ଜ ଉଦଘାଟନ୍ ହେବାକୁ ଯାଉଛି।

ଏହା ପୂର୍ବରୁ ସରକାର ରେଳେଓ୍ଵ ଷ୍ଟେସନରେ ଆକର୍ଷଣୀୟ ପେଣ୍ଟିଂ ଲଗାଇ ସାଜ୍ଜସଜ୍ଜା ଉପରେ ଦୃଷ୍ଟି ଦେଇଛନ୍ତି। ଏହି ପେଣ୍ଟିଂ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଅଙ୍କା ଯାଇଛି। କେବଳ ଏତିକି ନୁହେଁ, ସରକାର ଷ୍ଟେସନ୍ ଓ ରେଳ ଗାଡ଼ିରେ ସଫା ସୁତୁରା ଉପରେ ଅଧିକ ଜୋର ଦେଇଛନ୍ତି। ଏଥିସହିତ ଗୁଗଲ ସହିତ ହାତ ମିଳାଇ ଷ୍ଟେସନରେ ଅଧଘଣ୍ଟା ପାଇଁ ହାଏସ୍ପିଡ୍ ଇଣ୍ଟରନେଟ୍ କନେକସନ୍ ମାଗଣାରେ ଉପଲବ୍ଧ କରାଉଛନ୍ତି। ଖୁବ ଶୀଘ୍ର ଅନ୍ୟ ଷ୍ଟେସନରେ ଏଭଳି ଲାଉଞ୍ଜ ତିଆରି ହେବାର ଯୋଜନା ରହିଛି।