ଏକଜିଟ୍ ପୋଲ୍ ରିପୋର୍ଟ ପରେ ତେଜିଲା ରାଜନୀତି । ଏକଜିଟ୍ ପୋଲ୍ ଆକଳନକୁ ମିଛ କହିଲେ ମମତା ।

366

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଆକଳନ ଏନଡିଏକୁ ବହୁମତ ଦେଇଥିବା ବେଳେ ଏକଜିଟ୍ ପୋଲ୍ ରିପୋର୍ଟ କଂଗ୍ରେସ ଏବଂ ବିରୋଧୀ ଦଳଙ୍କୁ ଦେଇଛି ବଡ ଝଟକା ।

ଅନ୍ୟପଟେ ଏକଜିଟ୍ ପୋଲ୍ ରିପୋର୍ଟ ପରେ ତେଜିଲା ରାଜନୀତି ।  ଏକଜିଟ ପୋଲ ରିପୋର୍ଟ ସହ ବିଜେପି ଓ ଏନଡିଏ ନେତାମାନେ ଏକମତ ଥିବାବେଳେ ବିରୋଧୀ ଦଳମାନେ ଏହା ଭୁଲ ବୋଲି କହିଛନ୍ତି । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜି, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରମୁଖ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି ।

ମମତା ବାନାର୍ଜି କହିଛନ୍ତି ଯେ ଏକଜିଟ ପୋଲରେ ସେ ବିଶ୍ୱାସ କରନ୍ତି ନାହିଁ । ଏକଜିଟ ପୋଲରେ ଏନଡିଏକୁ ଅଧିକ ସଂଖ୍ୟ ଦେଇ ସେହି ଅନୁସାରେ ଇଭିଏମ ବଦଳାଇବା ହେଉଛି ଶାସକ ଦଳର ରଣକୌଶଳ । ଏଣୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ରହିବା ଆବଶ୍ୟକ ।

ସେହିପରି ନାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ପ୍ରତି ଏକଜିଟ ପୋଲ ଭୁଲ ହୋଇନପାରେ । କିନ୍ତୁ ଲୋକମାନେ ଟିଭି ଓ ସୋସିଆଲ ମିଡିଆ ବନ୍ଦ କରି ମେ ୨୩କୁ ଅପେକ୍ଷା କରିବା ଆବଶ୍ୟକ । ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସେ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ । କଂଗ୍ରେସ ଏହାଠାରୁ ଭଲ ଫଳାଫଳ  କରିବ ।