କୋରାପୁଟ କୁରୁକ୍ଷେତ୍ରରେ ହେବ କଡ଼ା ଟକ୍କର? ଆଶ୍ଚର୍ଯ୍ୟ କରିଦେଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ ।

244

କନକ  ବ୍ୟୁରୋ: ଶେଷ ହେଲା ୧୯ ପରୀକ୍ଷା । ୨୩ରେ ମତଗଣନା ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ । ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଏହି ରିପୋର୍ଟ ଆଧାରରେ କେରାପୁଟ ଲୋକସଭା ଆସନରେ ହୋଇପାରେ ତ୍ରିିମୁଖୀ ଲଢ଼େଇ । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଫାଇଟ୍ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ଅନ୍ୟପଟେ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍ କରିପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ଗୋଟିଏ ଏବଂ ସ୍ୱାଧୀନ ଖାତାକୁ ମାତ୍ର ଗୋଟିଏ ବିଧାନସଭା ସିଟ୍ ଯାଇପାରେ ବୋଲି ରିପୋର୍ଟ କହୁଛି ।

ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ପୂର୍ବଭଳି ବିଗତ ନିର୍ବାଚନରେ ବିଜେଡିର ଗଡ଼ ହୋଇ ରହିଥିବା ଗୁଣୁପୁର ବିଧାନସଭା କ୍ଷେତ୍ରରେ ପୁଣି ବିଜେଡି କ୍ଷମତା ଜାହିର କରିପାରେ । ଆଉ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଏଥର ବିଜେପି ଓ କଂଗ୍ରେସକୁ ଚେକ୍ ଦେଇ ଶଙ୍ଖ ଦୁର୍ଗକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରନ୍ତି ବୋଲି ରିପୋର୍ଟ କହୁଛି ।

ସେହିଭଳି ଚଳିତ ନିର୍ବାଚନର ବିଷମକଟକ ବିଧାନସଭା ଆସନରେ ପୁଣି ବିଜେଡି କମାଲ କରିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ କଂଗ୍ରେସ ଏଠାରେ ପତିଆରା ଜାହିର କରିଥିଲା । ହେଲେ ବିଗତ ଦୁଇଟି ନିର୍ବାଚନରେ ଲଗାତାର ଦସ୍ୱବଥର ବିଜୟୀ ହୋଇଥିବା ବିଜେଡି ଏଥର ପୁଣି କ୍ଷମତା ଡ଼ୋରୀ ଧରିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ଅନ୍ୟପଟେ ରାୟଗଡ଼ା ବିଧାନସଭା କ୍ଷେତ୍ରରେ ଏଥର ସମୀକରଣ ବଦଳିପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି । କାରଣ ୨୦୦୯ ଏବଂ ୨୦୧୪ର ଫଳାଫଳ ବିଜେଡି ସପକ୍ଷରେ ଯାଇଥିବାବେଳେ ଏଥର ସ୍ୱାଧୀନ ପ୍ରାର୍ଥୀ କମାଲ କରିପାରନ୍ତି ଏକଜିଟ୍ ପୋଲ୍ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ସେହିଭଳି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ଏଥର ପୁଣିଥରେ ବିଜେଡିକୁ ଭରସିଛନ୍ତି ଲକ୍ଷ୍ମୀପୁରବାସୀ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ସମ୍ଭାବନା ରହିଛି । ଅନ୍ୟପଟେ ବିଜେପି ଓ କଂଗ୍ରେସ ପରାଜୟର ଦ୍ୱାରା ଦେଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି ।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ସବୁଠାରୁ ଚର୍ଚ୍ଚିତ ଜୟପୁର ବିଧାନସଭା ଆସନରେ କାଣ୍ଟୋ କା ଟକ୍କର ଦେଖିବାକୁ ମିଳିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ଅନୁମାନ କରାଯାଉଛି । ଉଭୟ ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ହୋଇପାରେ ବୋଲି ରିପୋର୍ଟ କହୁଛି ।

ଏହି ଲୋକସଭା ଆସନର ସବୁଠାରୁ ହାଇଭୋଲଟେଜ୍ ଆସନ କେରାପୁଟ କ୍ଷେତ୍ରରେ ଏଥର କଂଗ୍ରେସ ହାତରୁ ଶାସନ ଡ଼ୋରୀ ଛଡ଼ାଇ ନେଇପାରେ ବିଜେଡି ବୋଲି ଭୋଟରଙ୍କ ମୁଡ୍ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡୁଛି ।

ଅନ୍ୟପଟେ ବିଜେଡିର ଦୁର୍ଗ ବୋଲାଉଥିବା କରଞ୍ଜିଆ ଆସନକୁ ଏଥର ବିରୋଧୀ ଭେଦ କରିପାରିବେ ନାହିଁ ବୋଲି ରିପୋର୍ଟ କହୁଛି । ପୁଣିଥରେ ବିଜେଡ଼ି ଏଠାରେ ବିଜୟ ବାନା ଉଡ଼ାଇ ଉଭୟ ବିଜେପି ଓ କଂଗ୍ରେସକୁ ଚେକ୍ ଦେବାକୁ ସକ୍ଷମ ହୋଇପାରେ ବୋଲି ରାଜ୍ୟ ଇିତିହାସର ବଡ଼ ଏକଜିଟ୍ ପୋଲ ସମ୍ବାଦ-କନକ ନ୍ୟୁଜ୍ ରିପୋର୍ଟ ଆଧାରରରେ ଜନତା ନିଜର ମତ ରଖିଛନ୍ତି ।