ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ । ଆସ୍କାରେ ବଜାୟ ରହିପାରେ ବିଜେଡି ଗଡ଼, ଜାଣନ୍ତୁ କ’ଣ କହୁଛି ଏହା ଅଧିନସ୍ଥ ବିଧାନସଭା କ୍ଷେତ୍ରର ଗଣିତ?

329

କନକ ବ୍ୟୁରୋ: ସରିଲା ୧୯ ଯୁଦ୍ଧ , ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ଆସ୍କା ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡି ବାନା । ଆଉ ବିଜେପିକୁ ମାତ୍ ଦେଇ ଗଡ଼କୁ ରକ୍ଷା କରିବାରେ ସଫଳ ହୋଇପାରନ୍ତି ବିଜେଡି ମହିଳା ପ୍ରାର୍ଥୀ ପ୍ରମିଳା ବିଷୋୟୀ ବାଲି ଏକଜିଟ୍ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଆଗରେ ରହିପାରେ । ଆଉ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ୨ଟି ଓ ଗୋଟିଏ ବିଧାନସଭା ସିଟରେ କ୍ଲୋଜ ଫାଇଟ୍ ହୋଇପାରେ ବୋଲି ରିପୋର୍ଟରେ ପୂର୍ବାନୁମାନ କହୁଛି ।

ସେହିପରି ଏକଜିଟ୍ ପୋଲ ରିପୋର୍ଟ ମୁତାବକ, ଆସ୍କା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପୋଲସରା ବିଧାନସଭା କ୍ଷେତ୍ରରେ ଲଗାତାର ତୃତୀୟ ଥର ପାଇଁ ବିଜୟ ତିଳକ ପିନ୍ଧିପାରେ ବୋଲି ସର୍ଭେରୁ ଅନୁମାନ କରାଯାଉଛି । ସେହିପରି ଉଭୟ ବିଜେପି ଓ କଂଗ୍ରେସର ଆଶାକୁ ପାଣିଚିଆ କରି ଏହି ଆସନକୁ ଦଖଲ କରିପାରେ ବିଜେଡି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ଅନ୍ୟପଟେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା କବିସୂର୍ଯ୍ୟନଗର ବିଧାନସଭା ଆସନକୁ ପୁଣି ନିଜ କବଜା ରଖିପାରେ ବିଜେଡି ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ କହୁଛି । ବିଗତ ଦୁଇଟି ନିର୍ବାଚନରେ ବିଜେଡି ଏଠାରେ ବିଜୟବାନା ଉଡ଼ାଇଆସିଥାବାବେଳେ ଏଥର ମଧ୍ୟ ଏହାକୁ ରିପିଟ୍ କରିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ସେହିଭଳି ଖଲ୍ଲିକୋଟ ବିଧାନସଭା କ୍ଷେତ୍ରକୁ ନିଜ ଗଡ଼ କରି ରଖିଥିବା ବିଜେଡି ପାଇଁ ଏଥର ସଙ୍କଟ ହୋଇପାରେ ବିଜେପି । ଆଉ ଶଙ୍ଖ ଦୁର୍ଗକୁ ଭାଙ୍ଗି ବିଜେପି ପଦ୍ମ ଫୁଟାଇପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରେ ଅଶଙ୍କା କରାଯାଉଛି ।

ଅପରପକ୍ଷେ ଆସ୍କା ବିଧାନସଭା କ୍ଷେତ୍ରରେ ବିଜେଡି ନିଜ ଗଡ଼କୁ ରକ୍ଷା କରିବାରେ ସକ୍ଷମ ହୋଇପାରେ । ଆଉ ଲଗାତାର ତୃତୀୟ ଥର ପାଇଁ ବିଜେଡି ବାନା ଲହି ଆସନେର ଉଡ଼ାବାକୁ ଯାଉଛି ବୋଲଇ ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ସମ୍ଭାବନା ରହିଛି ।

ସେହିପରି ସୋରୋଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ବିଜୟଟୀକା ପିନ୍ଧିପାରେ ବୋଲି ପୂର୍ବାନୁମାନ କରାଯାଉଛି । ଆଉ ବିଭିନ୍ନ ରାଜନୈତିକ ମହଲରେ ଚମକାଇଦେଲା ଭଳି ଫଳାଫଳ ଏହି ଏକଜିଟ୍ ପୋଲରେ ଆସିଛି । ବିଜେଡିକୁ ମାତ୍ ଦେଇ ବିଜେପି ଏଠାରେ ପଦ୍ମ ଫୁଟାଇପାରେ ବୋଲି ସମ୍ଭାବନା ରହିଛି ।

ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ, ସାନଖେମୁଣ୍ଡି ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି । ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟ ହୋଇଥିବାବେଳେ ଏଥର ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି ସମ୍ଭାବନା ରହିଛି ।

ସେହିପରି ବିଜେଡି ଜନ୍ମ ପରଠାରୁ ହିଂଜିଳି ବିଧାନସଭା ଆସନକୁ ପୁଣି ଦଖଲ କରିପାରେ ବିଜେଡି ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି । କାରଣ ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀକୁ ବିରୋଧୀଙ୍କ ପାଇଁ ଅଭେଦ ଗଡ଼ ଭଳି ରଖିଛନ୍ତି । ଯାହାକୁ ପୁଣି ଥରେ ବିରୋଧୀ ଭେଦ କରିବାରେ ସକ୍ଷମ ହୋଇାପରିବେ ନାହିଁ ବୋଲି ଏକଜିଟ୍ ପୋଲ୍ ରିପୋରର୍ଟରୁ ପୂର୍ବାନୁମାନ କରାଯାଉଛି ।