୨୩ ପୂର୍ବରୁ ଆସିଲା ସମ୍ବାଦ-କନକ ନ୍ୟୁଜର ବୁଥ୍ ବାହୁଡ଼ା ମତ । ପୁରୁଣା ଗଡ଼ ନବରଙ୍ଗପୁରକୁ ଫେରିପାଇପାରେ କଂଗ୍ରେସ ?

207

କନକ ବ୍ୟୁରୋ: ଆସିଲା ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ନବରଙ୍ଗପୁର ଲୋକସଭା ଆସନରେ ପୁଣି କମବ୍ୟାକ୍ କରିପାରେ କଂଗ୍ରେସ । ଆଉ ବିଜେଡିକୁ ମାତ୍ ଦେଇ ପୁରୁଣା ଗଡ଼କୁ ଫେରିପାଇବାକୁ ସକ୍ଷମ ହୋଇପାରନ୍ତି କଂଗ୍ରେସର ପ୍ରଦୀପ ମାଝୀ ବୋଲି ଏକଜିଟ୍ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି । ଅପରପକ୍ଷେ ବିଜେଡି ଓ ବିଜେପି ମଧ୍ୟରୁ କାହାକୁ ଏଥର ଭରସା କରିନାହାନ୍ତି ନବରଙ୍ଗପୁରବାସୀ ବୋଲି ସର୍ଭେ ରିପୋର୍ଟରୁ ଭୋଟରଙ୍କ ମୁଡ୍ କହୁଛି ।

୨୦୧୯ ନିର୍ବାଚନ ପରେ ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେପି ଆଗରେ ରହିପାରେ । ଆଉ ଏହି ୭ଟି ବିଧାନସଭା କ୍ଷେତ୍ରରୁ ବିଜେପି ଖାତାକୁ ୩ଟି ଏବଂ ବିଜେଡି ଓ କଂଗ୍ରେସକୁ ଦୁଇଟି ଲେଖାଏଁ ବିଧାନସଭା ସିଟ୍ ମିଳିପାରେ ବୋଲି ରିପୋର୍ଟ କହୁଛି ।

ସେହିପରି ଏକଜିଟ୍ ପୋଲ ରିପୋର୍ଟ ମୁତାବକ, ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଉମରକୋଟ ବିଧାନସଭା କ୍ଷେତ୍ରରେ ହ୍ୟାଟ୍ରିକ୍ ମାରିବାକୁଥିବା ବିଜେଡି ଆଶାକୁ ପାଣିଚିଆ କରିପାରେ ବିଜେପି । ଆଉ ଗତ ୪ଟି ନିର୍ବାଚନରେ ବିଜେଡି ୨ଥର ଏବଂ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ଉମରକୋଟରେ ବାଜି ମାରିଥିବାବେଳେ ଏଥର ବିଜେପି ପଲା ଭାରି ରହିଛି ବୋଲି ସର୍ଭେ ରିପୋର୍ଟରେ ଆଶଙ୍କା କରାଯାଉଛି ।

ଅନ୍ୟପଟେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଝରିଗାଁ ବିଧାନସଭା ଆସନକୁ ପୁଣି କବଜା କରିପାରେ ବିଜେଡି ବୋଲି ସର୍ଭେ ରିପୋର୍ଟ କହୁଛି । କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ବିଜେଡି ଏଠାରେ ବିଜୟବାନା ଉଡ଼ାଇଆସିଥାବାବେଳେ ଏଥର ମଧ୍ୟ ଏହାକୁ ରିପିଟ୍ କରିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ସେହିଭଳି ନବରଙ୍ଗପୁର ବିଧାନସଭା କ୍ଷେତ୍ରକୁ ନିଜ ଗଡ଼ କରି ରଖିଥିବା ବିଜେଡି ପାଇଁ ଏଥର ସଙ୍କଟ ହୋଇପାରେ ବିଜେପି । ଆଉ ଶଙ୍ଖ ଦୁର୍ଗକୁ ଭାଙ୍ଗି ବିଜେପି ପଦ୍ମ ଫୁଟାଇପାରେ ବୋଲି ଏଗଜିଟ୍ ରିପୋର୍ଟ କହୁଛି ।

ଅପରପକ୍ଷେ ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ଡ଼ାବୁଗାଁରେ କଂଗ୍ରେସ ତାର ଦୁର୍ଗ ବଞ୍ଚାଇ ରଖିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି ।

ସେହିପରି କୋଟପାଡ଼ ବିଧାନସଭା କ୍ଷେତ୍ରରେ କଂଗ୍ରେସର ଦୁର୍ଗ ଭାଙ୍ଗି ବିଜୟଟୀକା ପିନ୍ଧିପାରେ ବିଜେଡି ବୋଲି ଏଗଜିଟ୍ ପୋଲ ରିପୋର୍ଟରୁ ଅଶଙ୍କା କରାଯାଉଛି । ଆଉ ଏଠାରେ ବିଜେପି ପରାଜୟର ଦ୍ୱାର ଦେଖିପାରେ ବୋଲି ରିପୋର୍ଟ କହୁଛି ।

ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ, ମାଲକାନଗିରି ବିଧାନସଭା ଆସନରେ ବିଜେଡିର ବିଜୟ ରଥରେ ବ୍ରେକ୍ ଲଗାଇପାରେ ବିଜେପି । ଆଉ ବିଜେଡି ଦୁର୍ଗ ଭେଦି ଏଥର ପଦ୍ମ ଫୁଟାଇବାର ସମ୍ଭାବନା ରହିଛି ।

ସେହିପରି ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଚିତ୍ରୋକୋଣ୍ଡା ବିଧାନସଭା ଆସନରେ ୨୦୧୯ ଯୁଦ୍ଧର ବିଜେତା କଂଗ୍ରେସ ହୋଇପାରେ ବୋଲି ଏକଜିଟ୍ ପୋଲ ସର୍ଭେ କହୁଛି । ତେବେ ପ୍ରତି ନିର୍ବାଚନରେ ମୁଡ୍ ବଦଳାଉଥିବା ଚିତ୍ରୋକୋଣ୍ଡାବାସୀ ଏଥର କଂଗ୍ରେସ ହାତରେ କମାଣ ଧରାଇପାରନ୍ତି ବୋଲି ରିପୋରର୍ଟରୁ ପୂର୍ବାନୁମାନ କରାଯାଉଛି ।