ଗୁଜୁରାଟରେ ଏବେ ଫଳାଫଳକୁ ଅପେକ୍ଷା ! ଏକଜିଟ୍ ପୋଲରେ କଂଗ୍ରେସଠୁ ବିଜେପି ଢେର ଆଗୁଆ 

26

କନକ ବ୍ୟୁରୋ : ସରିଲା ଗୁଜରାଟ ନିର୍ବାଚନ ଏବେ ଫଳାଫଳକୁ ଅପେକ୍ଷା । ଏକଜିଟ୍ ପୋଲ ରିପୋର୍ଟରେ ଦେଖିବାକୁ ମିଳିଛି ମୋଦିଙ୍କ ହାୱା । ଗୁଜରାଟ ନିର୍ବାଚନ ପାଇଁ ହୋଇଥିବା ସମସ୍ତ ଏକଜିଟ୍ ପୋଲରେ ପୁଣି ଥରେ ଦେଖିବା ପାଇଁ ମିୂଳିଛି ମୋଦି ମ୍ୟାଜିକ୍ । ଆଉ କଂଗ୍ରେସର ନୂୂଆ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ଫେଲ୍ ମାରିଲା । ଏକଜିଟ୍ ପୋଲିକୁ ନଜରରେ ଦେଖିଲେ ଜଣାପଠୁଛି ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ଫିକା ପଡିଗଲା । ହାର୍ଦ୍ଦିକ ପଟେଲ ଓ ଅଳ୍ପେଶ ଠାକୁରଙ୍କ ସାହାଯ୍ୟ ମଧ୍ୟ କଂଗ୍ରେସ ପାଇଁ କାମରେ ଆସିଲା ନାହିଁ । ସମସ୍ତ ଏକଜିଟ ପୋଲରେ ବିଜେପିକୁ ଗୁଜରାଟରେ ବହୁମତ ମତ ମିଳିଥିବାର ନଜର ଆସୁଛି । ଏପରିସ୍ଥଳେ ଯଦି ଏକଜିଟ୍ ପୋଲର ଆକଳନ ଠିକ ହୁଏ, ତେବେ ଗୁଜରାଟରେ ପୁଣି ଥରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବାରେ ସଫଳ ହେବ । ସୂଚନାଯୋଗ୍ୟ ଗୁଜରାଟରେ ସରକାର ଗଢ଼ିବା ପାଇଁ ୧୮୨ ଆସନରୁ ୯୨ ସିଟ୍ ଦରକାର ।

ଆସନ୍ତୁ ଜାଣିବା ଗୁଜରାଟ ସ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ କ’ଣ କହୁଛି ବିଭିନ୍ନ ଏକଜିଟ୍ ପୋଲ୍ ?

ଗୁଜରାଟ ନିର୍ବାଚନର ଏକଜିଟ୍ ପୋଲ୍ –
ରିପବ୍ଲିକ୍-ସି ଭୋଟର – ରିପବ୍ଲିକ୍ ଟିଭି ଓ ସି-ଭୋଟର ମଧ୍ୟ ଗୁଜରାଟରେ ପୁଣି ଥରେ ବିଜେପି ଶାସନକୁ ଫେରିବ ବୋଲି ଆକଳନ କରିଛି । ରିପବ୍ଲିକ୍ ଟିଭି ଓ ସି-ଭୋଟର ଏକଜିଟ୍ ପୋଲ୍ ସର୍ଭେ କହୁଛି ୧୮୨ଟି ଆସନ ଭିତରୁ ୧୦୮ଟି ଆସନ ହାତେଇବ ବିଜେପି । କଂଗ୍ରେସକୁ ମିଳିବ ୭୪ଟି ସିଟ୍ । ବର୍ତମାନ ଗୁଜୁରାଟ ବିଧାନସଭାରେ ବିଜେପିର ୧୨୦ ବିଧାୟକ ଥିବା ବେଳେ କଂଗ୍ରେସର ୪୩ ଜଣ ବିଧାୟକ ଅଛନ୍ତି । ଯଦି ରିପବ୍ଲିକ୍ ଟିଭି ଓ ସି ଭୋଟରର ଅନୁମାନ ଠିକ୍ ହୁଏ ତେବେ ବିଜେପି ୧୦ ରୁ ୧୨ଟି ଆସନ ହରାଉଥିବା ବେଳେ କଂଗ୍ରେସ ପ୍ରାୟ ୩୦ଟି ଆସନ ଅଧିକ ହାସଲ କରିବାର ସମ୍ଭାବନା ରହିଛି ।

ଇଣ୍ଡିଆ ଟୁଡେ-ଆକ୍ସିସ – ସେହିପରି ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆ ସର୍ଭେ ମଧ୍ୟ ଗୁଜରାଟରେ ବିଜେପି ସପକ୍ଷରେ ମତ ଦେଇଛି । ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ସର୍ଭେ ବିଜେପିକୁ ୯୯ରୁ ୧୧୩ ଟି ଆସନ ମିଳିବ ବୋଲି ଆକଳନ କରିଛି । ସେପଟେ କଂଗ୍ରେସକୁ ୬୮ରୁ ୮୨ ଆସନ ମିଳିବ ବୋଲି ଆକଳନ କରାଯାଇଛି । ୭ଟି ଏଗଜିଟ୍ ପୋଲ ମଧ୍ୟରୁ ୫ଟି ଏକଜିଟ୍ ପୋଲ୍ ବିଜେପି ସପକ୍ଷରେ ମତ ଦେଇଛି । ପ୍ରାୟ ୧୦୦ କିମ୍ବା ଏହାଠାରୁ କିଛି ଅଧିକ ଆସନ ବିଜେପି ପାଇବ ବୋଲି ଅନୁମାନ କରାଯାଇଛି ।

ସାହାରା ସମୟ-ସିଏନ୍ଏକ୍ସ – ସେହିପରି ସାହାରା ସମୟ ଓ ସିଏନ୍ଏକ୍ସର ସର୍ଭେ ବି ଗୁଜରାଟରେ ପୁଣି ଥରେ ପଦ୍ମ ଫୁଟିବ ବୋଲି ଆକଳନ କରିଛି । ବିଜେପିକୁ ୧୧୦ରୁ ୧୨୦ ଆସନ ମିଳିବ ବୋଲି ସାହାରା ସମୟର ଏକଜିଟ୍ ପୋଲ୍ ଆକଳନ କରିଛି । କଂଗ୍ରେସକୁ ଦେଇଛି ୬୫ରୁ ୭୫ ସିଟ୍ । ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସକୁ ୭୦ ପାଖାପାଖି ଆସନ ଦିଆଯାଇଛି । କଂଗ୍ରେସର ଅଧ୍ୟକ୍ଷ ହେବାକୁ ଯାଉଥିବା ରାହୁଲ ଗାନ୍ଧିଙ୍କ ଉପରେ ଗୁଜୁରାଟ ନିର୍ବାଚନ ଫଳାଫଳର ପ୍ରଭାବ ପଡିବ ।

ଏବିପି-ସିଏସଡିଏସ୍ – ଏବିପି ଓ ସିଏସଡିଏସ୍ ଏକଜିଟ୍ ପୋଲ୍ ରିପୋର୍ଟ ଆକଳନ କରିଛି ଗୁଜରାଟ ନିର୍ବାଚନରେ ବିଜେପି ୧୧୭ଟି ଆସନ ପାଇ ସରକାର ଗଢିବ । କଂଗ୍ରେସକୁ ମାତ୍ର ୬୪ ଆସନରେ ସୀମିତ ରଖିଛି ଏହି ଆକଳନ । ଅନ୍ୟାନ୍ୟଙ୍କ ଖାତାକୁ ଯାଇଛି ମାତ୍ର ଗୋଟିଏ ଆସନ । ଏବିପି ଓ ସିଏସଡିଏସ୍ ଏକଜିଟ୍ ପୋଲ୍ ରିପୋର୍ଟ ଆକଳନ କରିଛି ପୂର୍ବପେକ୍ଷା ଅଧିକ ଆସନ ପାଇବ କଂଗ୍ରେସ । ମାତ୍ର ବିଜେପିକୁ ମିଳିବ ସ୍ପଷ୍ଟ ବହୁମତ ।

ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ –
ହିମାଚଳ-ଆକ୍ସିସ୍-ମାଇଁ ଇଣ୍ଡିଆ – ହିମାଚଳ ପ୍ରଦେଶରେ କଂଗ୍ରେସ ହାତରୁ ଖସିବ ଗଡ଼ । ଏକଜିଟ୍ ପୋଲ ସର୍ଭେ କହୁଛି କଂଗ୍ରେସକୁ ପଛରେ ପକାଇ ଏଥର ସରକାର ଗଢିବ ବିଜେପି । ଆକ୍ସିସ୍-ମାଇଁ ଇଣ୍ଡିଆ ସର୍ଭେ କହୁଛି ହିମାଚଳ ପ୍ରଦେଶର ମୋଟ ୬୮ ଆସନ ମଧ୍ୟରୁ ବିଜେପିକୁ ମିଳିପାରେ ୪୭ରୁ ୫୫ଟି ଆସନ । କଂଗ୍ରେସକୁ ମାତ୍ର ୧୩ରୁ ୨୦ଟି ସିଟରେ ସନ୍ତୁଷ୍ଟ ରହିବାକୁ ପଡିବ । ସେହପରି ଅନ୍ୟାନ୍ୟଙ୍କ ଖାତାକୁ ଯାଇପାରେ ୨ଟି ସିଟ୍ ।

ହିମାଚଳ-ଟୁଡେ ଚାଣକ୍ୟ – ସେହିପରି ନ୍ୟୁଜ ଟ୍ୱେଂଟି ଫୋର୍ ଓ ଟୁଡେ ଚାଣକ୍ୟର ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ବିଜେପିକୁ ମିଳିପାରେ ୫୫ଟି ଆସନ । ସର୍ଭେ ରିପୋର୍ଟ ଅନୁସାରେ କଂଗ୍ରେସ ବହୁ ପଛରେ ପଡିଯିବ । ୬୮ଟି ଆସନ ମଧ୍ୟରୁ ୧୩ଟିରେ ସୀମିତ ରହିବ କଂଗ୍ରେସ ।