ଗଜପତି ଜିଲ୍ଲାରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ ! ପୁଲିସ ଓ ଏକସାଇଜ୍ ବିଭାଗର ଜୋରଦାର ଚଢ଼ାଉ

23

କନକ ବ୍ୟୁରୋ : ଗଜପତି ଜିଲ୍ଲା ଏବେ ଆଲୋଚନାର ବିଷୟ ପାଲଟିଛି । ଏଠାରେ ବେଧଡକ ଭାବରେ ଚାଲିଛି ଗଞ୍ଜେଇ ଚାଷ । ଏକର ଏକର ଜମିରେ ଚାଲିଛି ଏହି ଚାଷ । ଆଉ ଏହି ଖବର ପାଇ ଗଞ୍ଜେଇ ଚାଷ ଜମିରେ ଚଢ଼ାଉ କରିଛି ଗଜପତି ପୁଲିସ ଓ ଏକସାଇଜ୍ ଟିମ୍ ।

ମୋହନା ଅଂଚଳର ଅଡଭା ଗାଁରେ ଚାଲିଥିବା ଚାଷ ଜମି ଉପରେ ଚଢ଼ଉ କରି ୭୦ଏକର ଜମିରୁ ପ୍ରାୟ ୧ଲକ୍ଷ ୪୦ହଜାର ଗଛ କାଟି ଦେଇଛନ୍ତି । ଏହାର ମୂଲ୍ୟ ପାଖାପାଖି ୧୪କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଆର୍ ଉଦୟଗିର ଏସଡିପିଓ , ମୋହନା ଅତିରିକ୍ତ ତହସିଲଦାର ,ଅଡଭା ପୁଲିସ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।