ମଦ୍ୟପାନ କରି ରାସ୍ତାରେ ଗଡ଼ିଲେ ନିର୍ବାହୀ ଅଧିକାରୀ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ

43

କନକ ବ୍ୟୁରୋ : ମଦ୍ୟପାନ କରି ରାସ୍ତାରେ ଗଡ଼ିଲେ ନିର୍ବାହୀ ଅଧିକାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ । ଏହି ନିର୍ବାହୀ ଅଧିକାରୀ କିଛିଦିନ ତଳେ କରଗୋଳା ପଂଚାୟତରେ ନିର୍ବାହୀ ଅଧିକାରୀ ରୂପେ କାମ କରୁଥିଲେ ।

ଗୋଟିଏ ପଟେ କଙ୍କଡ଼ାହାଡ଼ର ଏକ ଢାବା ନିକଟରେ ବେଆଇନ ଢାବାକୁ ବିରୋଧ କରି ମହିଳାମାନେ ରାସ୍ତାରୋକ କରିଥିବା ବେଳେ ଅନ୍ୟପଟେ ବ୍ଲକର  ନିର୍ବାହୀ  ଅଧିକାରୀ ମଦ୍ୟପାନ କରି ରାସ୍ତାରେ ଗଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ବିଡ଼ିଓ ପହଁଚି ସମ୍ପୃକ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଛନ୍ତି।

ଦେଖନ୍ତୁ ଏହି ଭିଡିଓ –