ଟାଟା ସ୍କାଏ ଉପଭୋକ୍ତାଙ୍କ ପାଇଁ ଖରାପ ଖବର ! ଆଉ ଟିଭିରେ ଆସିବନି ୧୦୦ ରୁ ଅଧିକ ଚ୍ୟାନେଲ୍ ,ତାଲିକାରେ ଅଛି ଲୋକପ୍ରିୟ ଚ୍ୟାନେଲର ନାଁ ।

85

ଘରେ ଟାଟା ସ୍କାଏ ଲଗାଇଥିବା ଉପଭୋକ୍ତାଙ୍କ ପାଇଁ ଏକ ବଡ ଖବର । ସୋନୀ ପିକଚର୍ସ ନେଟୱର୍କ (ଏସପିଏନ୍) ଏବଂ ଇଣ୍ଡିଆ ଟୁଡେ ସହ ଟାଟା ସ୍କାଏର ବ୍ୟାପାରିକ ବନ୍ଧନ ସମାପ୍ତ ହୋଇଯାଇଛି । ଦୁଇ ବ୍ରଡକାଷ୍ଟିଙ୍ଗ୍ କମ୍ପାନୀ ଭିତରେ ବାର୍ତ୍ତା ବିଫଳ ହୋଇଯାଇଛି । ଟାଟା ସ୍କାଏ ନିଜ ପ୍ଲାଟଫର୍ମରୁ ଖୁବଶୀଘ୍ର ସୋନୀ ପିକଚର୍ସ ଏବଂ ଇଣ୍ଡିଆ ଟୁଡେର ସବୁ ଚ୍ୟାନେଲକୁ ହଟାଇଦେବା ଭଳି ଖବର ସାମ୍ନାକୁ ଆସିଛି । ଏହା ପରଠାରୁ ଟାଟା ସ୍କାଏରେ ଲୋକଙ୍କୁ ଅଧିକାଂଶ ଚ୍ୟାନେଲ୍ ଦେଖିବାକୁ ମିଳିବନି ।

ଲିଷ୍ଟରେ ରହିଛି ପପୁଲାର୍ ଚ୍ୟାନେଲ୍ :

ବାର୍ତ୍ତାରେ ଅସୁବିଧା କାରଣରୁ ଟାଟା ସ୍କାଏରେ ଚାଲୁଥିବା ୧୧ ଟି ଚ୍ୟାନେଲ୍ (ସୋନୀ,ସୋନୀ ଏଚଡି,ସୋନୀ ସବ୍,ସୋନୀ ମ୍ୟାକ୍ସ,ସୋନୀ ସିକ୍ସ,ସୋନୀ ଟେନ୍ ୧,ଟେନ୍ ୧ ଏଚଡି, ଟେନ୍ ୨ ଏଚଡି,ଟେନ୍ ୩,ପିକ୍ସ ଏଚଡି ଏବଂ ଆଜ୍ ତକ୍) ଚ୍ୟାନେଲର ପ୍ରସାରଣ ସମ୍ପୁର୍ଣ୍ଣ ରୁପେ ବନ୍ଦ ହେବାକୁ ଯାଉଛି । ଏହା ପୂର୍ବରୁ ଟାଟା ସ୍କାଏ ୨୨ ଟି ଚ୍ୟାନେଲର ପ୍ରସାରଣ ନିଜ ପ୍ଲାଟଫର୍ମରେ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିଦେଇଛି ।

ଭାଙ୍ଗିଗଲା ବ୍ୟାପାର ସଂପର୍କ :

ଇଏସପିଏନ୍ ର ବିତରଣରେ ଅଧ୍ୟକ୍ଷ ରାଜେଶ କୋଲଙ୍କ କହିବାନୁସାରେ ଜୁଲାଇ ୩୧ ତାରିଖରୁ କଥାବାର୍ତ୍ତାରେ ଫାଟ ପଡିବାରୁ ଟାଟା ସ୍କାଏ ନେଟୱର୍କକୁ ଠିକ୍ କରିବା ପାଇଁ ଅଳ୍ପ ସମୟ ମାଗିଥିଲେ କିନ୍ତୁ ଡିସ୍ ତରଫରୁ କୌଣସି ନୋଟିସ୍ ଦିଆନଯାଇ ୨୨ ଟି ଚ୍ୟାନେଲକୁ ବନ୍ଦ କରିଦିଆଗଲା ।

ଦେବାକୁ ପଡିବ ନୋଟିସ୍ :

ଟ୍ରାଇ ଇଣ୍ଟରକନେକ୍ସନ୍ ଅଧିନିୟମ ଅନୁସାରେ ଯେକୌଣସି ସେବା ଚାଳକଙ୍କ ଚ୍ୟାନେଲ୍ ପ୍ରସାରଣ କେନ୍ଦ୍ରକୁ କମ୍ ସେ କମ୍ ତିନି ସପ୍ତାହର ଲିଖିତ ନୋଟିସ୍ ଦେବାକୁ ପଡିବ ଏବଂ ଉପଭୋକ୍ତାଙ୍କୁ କାରଣ ସ୍ପଷ୍ଟ ନୋଟିସ୍ ଦେବାକୁ ପଡିବ । ତେବେ ଉପଭୋକ୍ତାଙ୍କୁ ଏହି ଖବର ଦେବା ପାଇଁ ଉକ୍ତ ପ୍ଲାଟଫର୍ମର ସବୁ ଚ୍ୟାନେଲରେ ୧୫ ଦିନ ଆଗରୁ ହିଁ ସ୍କ୍ରୀନ୍ ସ୍କ୍ରଲ୍ ଦ୍ୱାରା ସୂଚିତ କରିବାକୁ ପଡିବ ।

୧ ଅକ୍ଟୋବରରୁ ବନ୍ଦ ହୋଇଗଲା ଚ୍ୟାନେଲ୍ :

ଟାଟା ସ୍କାଏ ତରଫରୁ ସୋନୀ ଏବଂ ଟିଭି ଟୁଡେ ନେଟସ୍ୱର୍କର ସବୁ ଚ୍ୟାନେଲକୁ ବିନା କୌଣସି ନୋଟିସ୍ ଦେଇ ୧ ଅକ୍ଟୋବରାରୁ ବନ୍ଦ କରିଦିଆଯାଇଥିଲା । ଦର୍ଶକ ଯେତେବେଳେ ଟିଭି ପରଦାରେ ଏହି ଚ୍ୟାନେଲକୁ ଦେଖିବାକୁ ପାଇନଥିଲେ ସେତେବେଳେ ଦର୍ଶକ ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଲୋକମାନେ ସୋସିଆଲ୍ ମିଡିଆରେ ଟାଟା ସ୍କାଏ ବିରୁଦ୍ଧରେ କୋର୍ଟକୁ ଯିବାକୁ ଧମକ ଦେଇଥିଲେ । ତେବେ କିଛିଦିନ ପୂର୍ବରୁ ଚ୍ୟାନେଲ୍ ପ୍ରସାରଣ କରିବା ପରିବର୍ତ୍ତେ ଉପଭୋକ୍ତାଙ୍କୁ ତାଙ୍କ ଟୋଲ୍ ଫ୍ରି ନମ୍ବରରେ ମିସ୍ କଲ୍ ଦେବାକୁ ସନ୍ଦେଶ କୁହାଯାଇଥିଲା । ସୋସିଆଲ୍ ମିଡିଆରେ କିଛି ଉପଭୋକ୍ତା ଏହି ନମ୍ବରରେ ମିସ୍ କଲ୍ ଦେଲେ କୌଣସି ଉତ୍ତର ନ ମିଳିବା କଥା କହି ଅଭିଯୋଗ କରିଥିଲେ ।

ଟାଟା ସ୍କାଏରୁ ମିଳିଲା ଏହି ଜବାବ୍ :

ଟାଟା ସ୍କାଏ ତରଫରୁ ବ୍ରଡକାଷ୍ଟିଙ୍ଗ୍ କମ୍ପାନୀ ମଧ୍ୟରେ ତାରତମ୍ୟ ନ ରହିବାରୁ ଏଭଳି ପଦକ୍ଷେପ ନିଆଯାଇଥିôବା କଥା କୁହାଯାଇଛି ।