କନକ ନ୍ୟୁଜକୁ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ସେଠୀ ! ଅର୍ଥତତ୍ୱଠାରୁ ପ୍ରଚୁର ପରିମାଣର ଟଙ୍କା ନେଇଛନ୍ତି ୨ ମନ୍ତ୍ରୀ

31

କନକ ବ୍ୟୁରୋ : ଅର୍ଥତତ୍ୱ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ବିସ୍ଫୋରକ ବୟାନ । ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଅଫିସ – ଏସଏଫଆଇଓ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛନ୍ତି ପ୍ରଦୀପ ସେଠୀ । ଆଜି କୋର୍ଟରେ ହାଜିରା ସମୟରେ କନକ ନ୍ୟୁଜକୁ ପ୍ରଦୀପ ସେଠୀ କହିଛନ୍ତି ଅର୍ଥତତ୍ୱ ଠାରୁ ପ୍ରଚୁର ପରିମାଣରେ ଟଙ୍କା ନେଇଛନ୍ତି ଦୁଇ ଜଣ ନେତା ।

ସେଇ ନେତା ମାନଙ୍କ ସଂପର୍କରେ ଆହୁରି ସ୍ପଷ୍ଟ ସୂଚନା ଦେବାକୁ ଯାଇ ପ୍ରଦୀପ କହିଛନ୍ତି ଦୁଇ ଜଣ ଏବେ ମନ୍ତ୍ରୀ ଅଛନ୍ତି । ପ୍ରଦୀପଙ୍କ ଏହି ବୟାନ ପରେ ଚିଟଫଣ୍ଡରେ ଶାସକ ଦଳର ପ୍ରତ୍ୟକ୍ଷ ସଂପୃକ୍ତି ଥିବା ତଥ୍ୟ ପଦାକୁ ଆସିଛି । ହେଲେ ତଦନ୍ତ ଚାଲିଥିବାରୁ ଏ ବିଷୟରେ ଅଧିକ କିଛି କହିପାରିବେ ନାହିଁ ବୋଲି ପ୍ରଦୀପ କନକ ନ୍ୟୁଜକୁ କହିଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :