ମାଲେସିଆ ଜାହାଜକୁ ଉଦ୍ଧାର କରିବାକୁ ସିଙ୍ଗାପୁରରୁ ଆସିଲା ସ୍ୱତନ୍ତ୍ର ଜାହାଜ । ଆସିଛନ୍ତି ବିଶେଷଜ୍ଞ ଓ କର୍ମଚାରୀ, ପ୍ରଥମେ ଖଲାସ କରାଯିବ ତେଲ

564

କନକ ବ୍ୟୁରୋ : ମାଲେସିଆର ଅଚଳ ଜାହଜକୁ ଟାଣି ନେବା ପାଇଁ ସିଙ୍ଗାପୁରରୁ ଆସିଛି ଜାହଜ । ଅଗଷ୍ଟ ୯ ତାରିଖରୁ ଚିଲିକା ଉପକୂଳ ରାଜହଂସରେ ଅଟକି ରହିଥିବା ମାଲେସିଆ ଜାହଜ ଜେନହାୱା-୩୨ ଏବେ ଫେରିବାର ବାଟ ଫିଟିଛି । ଏହି ଅଚଳ ଜାହଜକୁ ଟାଣି ନେବା ପାଇଁ ସିଙ୍ଗାପୁରରୁ ଏମଭି ଚିତା ନାମକ ଏକ ଜାହଜ ରାଜହଂସ ଉପକୂଳରେ ପହଂଚିଛି । ରାଜହଂସରେ ଦୀର୍ଘ ୩୬ ଦିନ ଅଟକି ରହିଥିବା ଏହି ଜାହଜ ଫେରିଯିବ ବୋଲି ଜଣାପଡ଼ିଛି । ଅଗଷ୍ଟ ୯ରୁ ମାଲେସିଆର ଏହି ଜାହଜର ଇଂଜିନ ଅଚଳ ହୋଇଯିବାରୁ ଜାହଜଟି ଭାସି ଭାସି ଆସି ରାଜହଂସରେ ଅଟକି ରହିଥିଲେ । ସମୁଦ୍ରର ଢେଉ ମାଡ଼ରେ ଜାହଜର କଂଟେନର ବୁଡ଼ିବା ଅବସ୍ଥାକୁ ଚାଲିଆସିଥିଲା ।

ଜାହଜରୁ ତେଲ ଲିକ କରିବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଜାହଜରୁ ତେଲ କାଢି ନେବା ସହିତ ଜାହଜ ଅପସାରଣ ପାଇଁ ସିପିଂ ଏଜେଂଟ ଓ ଜାହଜ କତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଏହା ସହ ଜିଲ୍ଳାପ୍ରଶାସନର ତାଗିଦ ପରେ ଜାହଜରୁ ୩୦ ହଜାର ଲିଟର ଡ଼ିଜେଲ କାଢି ଦିଆଯାଇଥିଲା । ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂହ ଜାହଜ ଅପସାରଣ ପାଇଁ ତାଗିଦ କରିବା ପରେ ଏହାର ଅପସାରଣ ହେବ । ଗତ ୩୬ ଦିନ ହେଲା ଜାହଜର ସୁରକ୍ଷା ପାଇଁ ପ୍ରଶାସନ ସୁରକ୍ଷା କର୍ମୀଙ୍କୁ ନିୟୋଯିତ କରାଯାଇଥିଲା ।