ଦେଶ ପାଇଁ ଟ୍ରାକରେ ଦଉଡୁଛନ୍ତି ଦୂତି; ଏପଟେ ଘାସ ବୋଝ ନେଇ ଡଙ୍ଗାରେ ଭରା ନଈ ପାର ହେଉଛନ୍ତି ବାପା ମା’ । ଚକଗୋପାଳପୁରର ହୃଦୟସ୍ପର୍ଶୀ କାହାଣୀ

52

କନକ ବ୍ୟୁରୋ: ଦେଶ ପାଇଁ ଟ୍ରାକରେ ଦଉଡୁଛନ୍ତି ଦୂତୀ । ଏପଟେ ଘାସ ବୋଝ ନେଇ ଡଙ୍ଗାରେ ଭରା ନଈ ପାର ହେଉଛନ୍ତି ବାପା ମା’ । ଏସିଆନ୍ ଗେମ୍ସରେ ପଦକ ପାଇଁ ଦଉଡୁଥିବା ଓଡିଆ ଝିଅ ଦୂତି ଚାନ୍ଦଙ୍କ ଗାଁ ଯାଜପୁର ଜିଲ୍ଲା ଚକଗୋପାଳପୁରରୁ ସାମନାକୁ ଆସିଛି ଏମିତି କିଛି ହୃଦୟସ୍ପର୍ଶୀ କାହାଣୀ । ଝିଅ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇ ସାରିଥିବା ବେଳେ ଏପଟେ କିନ୍ତୁ ଦୂତିଙ୍କ ବାପା ମାଆ ତାଙ୍କ ଦୌନନ୍ଦିନ କାମ କରୁଥିବାର ଚିତ୍ର ସାମ୍ନାକୁ ଆସିଛି ।

ଅନ୍ୟପଟେ, ଏସିଆନ ଗେମ୍ସରେ ୨୦୦ ମିଟର ଇଂଭେଟରେ ଦୂତୀ ଚାନ୍ଦ ଚମକ୍ରାର ପୁଣି ଥରେ ଦେଖିବାକୁ ମିଳିଛି । ଶହେ ମିଟରରେ ରୌପ୍ୟପଦକ ଜିତିଥିବା ଦୂତି ୨ ଶହ ମିଟର ସେମିଫାଇନାଲରେ ପହଂଚି ଆଉ ଏକ ପଦକ ଆଶା ବଳବତର ରଖିଛନ୍ତି । କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟରେ ରହିଥିବା ଦୂତି ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପଂହଚିଛନ୍ତି । ୨ ଶହ ମିଟର ଦୂରତାକୁ ୨୩ ଦଶମିକ ୩୭ ସେକେଣ୍ଡରେ ଅତିକ୍ରମ କରି ସେମିଫାଇନାଲ ଟିକେଟ ହାସଲ କରିଛନ୍ତି ଦୂତି ।

 

ତେବେ ସେମିଫାଇନାଲରେ ପହଁଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦୂତି । ଆଜି ଜାକର୍ତା ସମୟ ସନ୍ଧ୍ୟା ୬ଟା ୩୦ରେ ସେମିଫାଇନାଲ ଅଛି । ଏଥି ପାଇଁ ସମସ୍ତଙ୍କ ଆଶିର୍ବାଦ କାମନା କରିଛନ୍ତି ଦୂତି ଚାନ୍ଦ । ଫାଇନାଲକୁ କ୍ୱାଲିଫାଏ କରି ଦେଶ ପାଇଁ ମେଡାଲ ଜିତିବେ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଦୂତି ।