ଶଂକର ମହାଦେବନଙ୍କ ସ୍ୱତନ୍ତ୍ର ସାକ୍ଷାତକାର ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ରଙ୍ଗବତୀ ବିବାଦ ଉପରେ ରଖିଲେ ପ୍ରତିକ୍ରିୟା

26

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେବ ଏସିଆନ ଆଥଲେଟିକ ମିଟ୍ । ଏଥିରେ ରଙ୍ଗବତୀ ଗୀତ ଗାଇବେ ବିଶିଷ୍ଟ ବଲିଉଡ ସିଙ୍ଗର ଶଙ୍କର ମହାଦେବନ । କଳିଙ୍ଗ ଷ୍ଟାଡିୟମ ଷ୍ଟେଜରେ ଗୀତ ଗାଇବା ପୂର୍ବରୁ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ଇଂଟରଭ୍ୟୁ ଦେଇଛନ୍ତି ଶଙ୍କର ମହାଦେବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ସତର ବର୍ଷରେ ନବୀନ ଓଡିଶାରେ ଭଲ କାମ କରିଛନ୍ତି ।

ତାଙ୍କର ପରିଶ୍ରମ ଓ ଉଦ୍ୟମ ଯୋଗୁଁ ରାଜ୍ୟରେ ପରିବର୍ତ୍ତନ ହୋଇଛି । ତାଙ୍କ ଭଳି ନେତାଙ୍କୁ ଭେଟି ମୁଁ ଆଶୀର୍ବାଦ ନେଇଛି । ରଙ୍ଗବତୀ ଗୀତ ବିବାଦ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ଶଙ୍କର । ସେ କହିଛନ୍ତି, ଏ ବିବାଦ ନେଇ ମୁଁ କିଛି ଜାଣିନଥିଲି । ଏହି ଗୀତ ଓଡିଶା ବାସୀଙ୍କ ପାଇଁ ମୋ ତରଫରୁ ସମର୍ପଣ ଓ ସାଲ୍ୟୁଟ । ଶଙ୍କର ମହାଦେବନ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।