ରହସ୍ୟରୁ ହଟିଲା ପରଦା ! ରିଷି ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଲେ ବିବାଦୀୟ ପ୍ରେମିକା

78

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରିଷି ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ରହସ୍ୟମୟୀ ଯୁବତୀ । ଯୁବତୀ ଜଣକ ସିଡ଼ି ବିଷୟରେ କିଛି ଜାଣିନଥିବାର କହିଛନ୍ତି । ସେହିପରି ରିଷିର ବାନ୍ଧବୀ କି ଗର୍ଲଫ୍ରେଣ୍ଡ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଥିବାବେଳେ ରିଷିଙ୍କୁ ଯୁକ୍ତ ଦୁଇ ପଢିଲା ବେଳୁ ଜାଣିଥିବାର କହିଛନ୍ତି । ରିଷି ମୃତ୍ୟୁ ପାଇଁ ଦାୟୀ କିଏ ତାହା ତଦନ୍ତ ପରେ ଜଣାପଡ଼ିବ ।

ଆହୁରି ମଧ୍ୟ କହିଛନ୍ତି ରିଷି ଡ୍ରଗ୍ସ ନେଉଥିଲେ କି ନାହିଁ ତାହା ସେ ଜାଣିନାହାଁନ୍ତିି । ଯୁବତୀ ଜଣକ କହିଛନ୍ତି ଯେ ଅଯଥାରେ ଚର୍ଚ୍ଚା କରାଯାଇ ତାଙ୍କୁ ବଦନାମ କରାଯାଉଛି । ଯାହା ସତ୍ୟ ତାହା ପୋଲିସ ଆଗରେ କହିବେ ବୋଲି ଯୁବତୀ କହିଛନ୍ତି । ଦେଖିନ୍ତୁ କଣ କହିଛନ୍ତି ରହସ୍ୟମୟୀ ଯୁବତୀ ।