ସାବଧାନ୍ ! ଫେସବୁକର ଅତ୍ୟଧିକ ବ୍ୟବାହର ଆପଣଙ୍କୁ କରିପାରେ ଦୁଃଖୀ ଏବଂ ଅସୁସ୍ଥ

43

ଯଦି ଆପଣ ବାରମ୍ବାର ଫେସବୁକ୍ ପ୍ରୋଫାଇଲ୍ ଦେଖୁଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସକୁ ଛାଡନ୍ତୁ । କାରଣ ଏହା ଆପଣଙ୍କ ଉପରେ ପଡିପାରେ ଭାରି । ନିକଟରେ ଏକ ଅଧ୍ୟୟନରୁ ଜଣା ପଡିଛି ଯେଉଁମାନେ ଫେସବୁକ୍ ଅଧିକ ଦେଖନ୍ତି ସେମାନେ ଅନ୍ୟମାନଙ୍କ ତୁଳନାରେ ଦୁଃଖୀ ଏବଂ ଅସୁସ୍ଥ ହେବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଆମେରିକାର କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର କିଛି ବିଶେଷଜ୍ଞ ଏହି ପରୀକ୍ଷଣ କରିଥିଲେ । ଅଧ୍ୟୟନ ପାଇଁ ସେମାନେ ୫୨୦୮ ଜଣ ବ୍ୟକ୍ତିଙ୍କୁ ଏକାଠି କରିଥିଲେ । ତେବେ ପରୀକ୍ଷଣ ପରେ ଯେଉଁ ତଥ୍ୟ ଆସିଥିଲା ତାହା ଅତ୍ୟନ୍ତ ଚାଂଚଲ୍ୟକର ଥିଲା । ବିଶେଷଜ୍ଞ ମାନେ ଜାଣିବାକୁ ପାଇଲେ ଯେ ଅତ୍ୟଧିକ ଫେସବୁକ୍ ବ୍ୟବହାର କରୁଥିବା ବ୍ୟକ୍ତି ଅନ୍ୟ ମାନଙ୍କ ତୁଳନାରେ କମ୍ ଖୁସି ଏବଂ କମ୍ ସ୍ୱାସ୍ଥ୍ୟବାନ୍ ଥାନ୍ତି ।

ଏହା ସହ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଲାଇକ୍ସ କ୍ଲିକ୍ଡ ,ଲିଙ୍କ୍ସ କ୍ଲିକ୍ଡ ଏବଂ ଷ୍ଟାଟସ ଅପଡେଟ୍ସରେ ଏକ ପ୍ରତିଶତ ବୃଦ୍ଧିର ସଂପର୍କ ସ୍ୱାସ୍ଥ୍ୟ ଏବଂ ମାନସିକ ଅଶାନ୍ତି ସହ ରହିଛି ।