ଅଧିକ ଲୁଣ ଖାଇଲେ କମିଯାଏ ଆୟୁଷ !

65

ଲୁଣ ଖାଦ୍ୟର ସ୍ୱାଦ ବଢାଇବା ସହ ଖାଦ୍ୟର ସ୍ୱାଦ ମଧ୍ୟ ବିଗାଡି ଥାଏ । ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଉଛନ୍ତି ତାଙ୍କର ସମୟ ହେବା ପୂର୍ବରୁ ମୃତ୍ୟୁ ହୋଇଯାଏ । ସର୍ବେକ୍ଷଣରୁ ଜଣାପଡିଛି ଫାଷ୍ଟଫୁଡ ଓ ଡବା ଖାଦ୍ୟ ଯୋଗୁଁ ଆମେ ଆଗ ଅପେକ୍ଷା ଅଧିକ ଲୁଣ ଖାଉଛନ୍ତି । ଲମ୍ବା ସମୟ ଧରି ଅଧିକ ଲୁଣ ଖାଇଲେ ବ୍ଲଡ ପ୍ରେସର ବଢିଯାଏ, ଯାହା ଦ୍ୱାରା ହୃଦୟ ଉପରେ ପ୍ରଭାବ ପକାଇଥାଏ ଏବଂ ଆୟୁଷ କମିଯାଏ ।

ସୋଡିୟମ ବ୍ଲଡ ପ୍ରେସର ବଢାଏ ଏବଂ ପୋଟାସିୟମ ତାକୁ କମ କରେ. ଯାହା ଶରୀରର ସନ୍ତୁଳନ ରକ୍ଷା ରଖିଥାଏ । ଏଥିରୁ ବଞ୍ଚିବା ପାଇଁ ଫଳ-ପନିପରିବା, କ୍ଷୀର, ଦହି ଆଦି ପ୍ରଚୁର ପରିମାଣରେ ସେବନ କରିବା ଦରକାର । ଏହାର ଅର୍ଥ ନୁହଁ ଲୁଣ ଖାଇବା ବନ୍ଦ କରି ଦେବେ । ଲୁଣର ଏକ ସଠିକ ମାତ୍ରା ଶରୀର ପାଇଁ ବହୁତ ଜରୁରୀ । ଏମିତିରେ ନା ଅଧିକ ନାଁ କମ ଖାଆନ୍ତୁ ଲୁଣ । ବାହାର ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦିଅନ୍ତୁ ସେଥିରେ କେତେ ଲୁଣ ଅଛି ।