ଚାନ୍ଦବାଲି ପଶୁ ଚିକିତ୍ସା କେନ୍ଦ୍ରରେ ବିରଳ ଅସ୍ତ୍ରୋପଚାର : ନାଗସାପ ଦେହରେ ପଡ଼ିଲା ୪୨ଟି ଷ୍ଟିଚ୍

44

ଚାନ୍ଦବାଲି : ଅପରେସନ ନାଗ, ଜେସିବି ମାଡରେ ହାଣି ହୋଇଯାଇଥିବା ନାଗର ସଫଳ ଅସ୍ତ୍ରୋପଚାର କରାଯାଇଛି ଚାନ୍ଦବାଲି ପଶୁ ଚିକିତ୍ସାକେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ରମାକାନ୍ତ ରଣାଙ୍କ ଦ୍ୱାରା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଉଡ଼ିଆ ବନ୍ଧ ବାଲିଗାଁ ରାସ୍ତାରେ ସଫେଇ ବେଳେ ଏକ ନାଗକୁ ଜେସିବି କାଟି ଦେଇଥିଲା । ସାପଟିର ଲମ୍ବ ସାଢ଼େ ପାଂଚ ଫୁଟ ବୋଲି ଅନୁମାନ କରାଯାଉଛି । ତେବେ ସ୍ଥାନୀୟ ଲୋକ ଏନେଇ ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସାପକୁ ଆନାସ୍ଥେସିଆ ଦିଆଯାଇ ତାର ଅପରେସନ କରାଯାଇଥିଲା । ଅସ୍ତ୍ରୋପଚାର ପରେ ସାପ ଦେହରେ ୪୨ଟି ଷ୍ଟିଚ୍ ପଡିଛି । ଅପରେସନ ନାଗ ପରେ ଆହତ ନାଗଟିକୁ ଚାନ୍ଦବାଲି ବୈତରଣୀ ନଦୀ ପଠାରେ ଛାଡ଼ି ଦିଆଯାଇଥିଲା । ପରେ ତାକୁ ଚିକିତ୍ସାଧିକାରୀ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିବା ପରେ ବୈତରଣୀ ନଦୀପଠା ଲୁଣା ଜଙ୍ଗଲରେ ଛାଡ଼ିଦିଆଯାଇଛି । ନ୍ୟୁଜ୍ ସହ ଦେଖିବା ଏହି ଭିଡିଓ :